ମମତାଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା : ଚିରାଗ ପାସୱାନ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିତି ଆୟୋଗ ବୈଠକକୁ ନେଇ ବଡ଼ ଅଭିଯୋଗ ଆଣିଥିଲେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟମାନେ ନିଜ ନିଜ ରାଜ୍ୟର ଅସୁବିଧା ସଂକ୍ରାନ୍ତରେ ଜଣାଇବାପାଇଁ ହେଉଥିବା ପ୍ରମୁଖ ନିତି ଆୟୋଗ ବୈଠକରେ ପକ୍ଷପାତିତା କରାଯାଉଛି ବୋଲି ମମତା କହିଥିଲେ।
ମମତା ବୈଠକ ଅଧାରୁ ଛାଡ଼ି ପଳାଇଯିବା ଚର୍ଚ୍ଚାର ବିଷୟ ହୋଇଥିଲା । ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ୫ ମିନିଟ୍ରୁ ଅଧିକ ସମୟ କହିବାର ସୁଯୋଗ ମିଳିନାହିଁ ଏବଂ ତାଙ୍କ ମାଇକ୍ ବନ୍ଦ କରିଦିଆଯାଇଥିଲା । ବିରୋଧୀ ଦଳ ଶାସିତ ରାଜ୍ୟର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ବାନାର୍ଜୀ ଆଜି ନିତି ଆୟୋଗ ବୈଠକରେ ଯୋଗ ଦେଇଥିଲେ । ମମତା କହିଥିଲେ , ଯେତେବେଳେ ମୁଁ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠି ଦେବା ପ୍ରସଙ୍ଗ ଆଣିଲି ସେ ସମୟରେ ମାଇକ୍ ମ୍ୟୁଟ୍ କରାଯାଇଥିଲା ।

ମତେ କେବଳ ୫ ମିନିଟ୍ କହିବାର ଅନୁମତି ମିଳିଥିଲା । ଅନ୍ୟପକ୍ଷେ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ୨୦ ମିନିଟ୍, ଆସାମ, ଗୋଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ୧୦-୧୨ ମିନିଟ୍ କହିବାର ସୁଯୋଗ ମିଳିଥିଲା । ଏଭଳି ପକ୍ଷପାତିତାକୁ ବିରୋଧ କରି ମମତା ବୈଠକ ଅଧାରୁ ଉଠି ଆସିଥିବା କହିଛନ୍ତି । ମମତା କହିଛନ୍ତି, ଏହା ପଶ୍ଚିମବଙ୍ଗ ଏବଂ ସମସ୍ତ ରାଜନୈତିକ ଦଳ ପାଇଁ ଅପମାନ । ମତେ କାହିଁକି ଅଟକାଯାଉଛି ଏବଂ କାହିଁକି ପକ୍ଷପାତିତା କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।
ଆଉ ଆଜି ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ । ସେ ମମତାଙ୍କ ଆଚରଣକୁ ଭୁଲ୍ ବୋଲି କହିଛନ୍ତି । ଚିରାଗ କହିଛନ୍ତି, ନୀତି ଆୟୋଗ ବୈଠକରେ ମାଇକ୍ ବନ୍ଦ କରିଥିବାର ଅଭିଯୋଗ ମିଥ୍ୟା ଅଟେ । ମମତା ବୈଠକ ଅଧାରୁ ଉଠି ବାହାରକୁ ଯିବା ଭୁଲ୍ ଥିଲା । ଏହା ବିରୋଧୀ ଦଳରେ ଘଟୁଛି ।
ଅରାଜକତା ସୃଷ୍ଟି କରିବା ଏବଂ ନିଜ ପ୍ରତି ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି ଯଦି କୌଣସି ରାଜ୍ୟ ଅନୁଭବ କରନ୍ତି ଯେ, ସେମାନଙ୍କ ପ୍ରତି ଭୁଲ କରାଯାଇଛି, ସେମାନେ ନୀତି ଆୟୋଗରେ ସେମାନଙ୍କର ସମସ୍ୟା ଉଠାଇ ପାରିବେ । ମାତ୍ର ବୈଠକ ଛାଡ଼ି ଚାଲିଯିବା ଅଶୋଭନୀୟ ଅଟେ ବୋଲି ଚିରାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।












Click it and Unblock the Notifications