ଚିରାଗ ପାଶୱାନ କହିଲେ-ରୋହିଣୀ ମୋ ଭଉଣୀ ଭଳି, ମୁଁ ବି...

ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଲାଲୁଙ୍କ ପରିବାର ଏବେ ମଥା କୋଡୁଛି। ଏଥିରେ ଘରର ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ରାଜନୀତିରୁ ସନ୍ୟାସ ଘୋଷଣା କରିବା ସହ ପରିବାର ସହ ସମସ୍ତ ସମ୍ପର୍କ ତୁଟାଉଥିବା ଘୋଷଣା କରିଥିଲେ। ଘଟଣା ଏବେ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ କଳହ କୁ ନେଇ ଏବେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ଏଥିରେ ବିପକ୍ଷ ନେତାମାନେ ରୋହିଣୀଙ୍କ ସପକ୍ଷରେ ଛିଡା ହୋଇଥିବାର ଦେଖା ଯାଉଛନ୍ତି। ଏହି ପୁରା ବିବାଦ ଉପରେ ଚିରାଗ ପାଶୱାନଙ୍କ ବୟାନ ଆସିଛି।

Chirag Paswan

ଏଲଜେପି (ରାମବିଳାଶ) ନେତା ଚିରାଗ ପାଶୱାନ ରୋହିଣୀ ଆଚାର୍ଯ୍ୟଙ୍କ ପ୍ରସଙ୍ଗରେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ 'ଯେତେବେଳେ କୌଣସି ଏକ ପରିବାର ଏପରି ମାନସିକ ପରିସ୍ଥିତିରେ ଗତି କରୁଥାଏ କିପରି ଲାଗେ ତାହା ମୁଁ ଅନୁଭବ କରିଛି। କାରଣ ମୁଁ ମଧ୍ୟ ଦିନେ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ଆମ ଭିତରେ ରାଜନୈତିକ ମତପାର୍ଥକ୍ୟ ନିଶ୍ଟିତ ରହିଛି, କିନ୍ତୁ ମୁଁ ସର୍ବଦା ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମୋ ପରିବାର ବୋଲି ଭାବିଥାଏ। ତେଜସ୍ୱୀ ହୁଅନ୍ତୁ କି ତେଜ୍, ମିସା ଦିଦି ହୁଅନ୍ତୁ କି ରୋହିଣୀ ସମସ୍ତଙ୍କୁ ମୁଁ ମୋ ଭାଇଭଉଣୀ ଭଳି ଭାବେ। ମୁଁ ପ୍ରାର୍ଥନା କରୁଛି ଏହି ପାରିବାରିକ ବିବାଦ ଯଥାଶୀଘ୍ର ଶାନ୍ତ ହେଉ'। ସେ କହିଛନ୍ତି ଯେ ଯଦି ଘରେ ଏକତା ଥିବ ତେବେ ବ୍ୟକ୍ତି ବାହାରର ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ହେବ।

ପ୍ରସଙ୍ଗରେ ବିଜେପି ନେତା ସୟଦ ଶାହନବାଜ ହୁସେନ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଆରଜେଡି ପୂର୍ବରୁ ତେଜ ପ୍ରତାପ ଯାଦବଙ୍କୁ ପରିବାରରୁ ଅଲଗା କରିଦେଇଥିଲା। ଏବେ ରୋହିଣୀ ଆଚାର୍ଯ୍ୟ କହୁଛନ୍ତି ତାଙ୍କୁ ପାର୍ଟିରୁ ଅଲଗା କରିଦିଆଯାଇଛି। ଏହା ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ମାମଲା, ହେଲେ ବାସ୍ତବିକ୍ ଏକ ଦୁଃଖଦ ଘଟଣା।

ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ ରୋହିଣୀ ଆଚାର୍ଯ୍ୟଙ୍କ ରାଜନୀତି ଛାଡିବା ନେଇ କହିଛନ୍ତି ଯେ ଏହା ଲାଲୁଙ୍କ ପାରିବାରିକ ମାମଲା। ଏ ବାବଦେ ପରିବାର ସଦସ୍ୟ ହିଁ କିଛି କହି ପାରିବେ। ପାର୍ଟିର ଶୀର୍ଷ ନେତୃତ୍ୱ ପୁରା ମାମଲାକୁ ଦେଖିବ। ନିର୍ବାଚନ ଏବେ ସରିଛି, ମିଳିଥିବା ଫଳାଫଳର କାରଣ ସମୀକ୍ଷା କରାଯିବ। ଏହା ପରେ ହିଁ ଯାହା ପ୍ରତିକ୍ରିୟା ରଖା ଯାଇ ପାରିବ ବୋଲି ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି। ସେ କହିଛନ୍ତି ଯେ ରୋହିଣୀ ଜୀ ନିଜର ଏକ କିଡନୀ ଦେଇ ତାଙ୍କ ପିତାଙ୍କ ଜୀବନ ବଞ୍ଚାଇଛନ୍ତି। ସେ ଏପରି ଏକ ଆଦର୍ଶ ଉପସ୍ଥାପନ କରିଛନ୍ତି ପ୍ରତ୍ୟେକ ବ୍ୟକ୍ତି କହିବ ମୋ ଘରେ ରୋହିଣୀଙ୍କ ଭଳି ଝିଅ ଜନ୍ମ ହେଉ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+