ଚିରାଗଙ୍କୁ ବିଜେପିରୁ ମିଳିଲା ଗ୍ରୀନ ସିଗନଲା, ଏହି ସିଟରୁ ଲଢ଼ିବାକୁ ହେଲେ ଫୁଲ ତୟାର
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି ଏହାପୂର୍ବରୁ ବିହାରର ଏକ ହଟ ସିଟ୍ ପାଇଁ ଚିରାଗ ପାସୱାନ୍ ନିଜର ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଏହି ଆସନ ଜିତିବା ପାଇଁ ଚିରାଗଙ୍କ ଦଳ ଏକ ଭିନ୍ନ ରଣନୀତି ସହିତ କାର୍ଯ୍ୟ କରୁଛି । ଚିରାଗଙ୍କ ଦଳ ମାର୍ଚ୍ଚ ୧୦ ରେ ବୈଶାଳୀ ସଂସଦୀୟ ନିର୍ବାଚନମଣ୍ଡଳୀର ସାହେବଗଞ୍ଜରେ ଏକ ବିଶାଳ ସମାବେଶ ଆୟୋଜନ କରିଥିଲା ।ଆଉ ବିର୍ତ୍ତମାନ ଲୋକ ସଭା ନିର୍ବାଚନକୁ ନେଇ ଚିରାଗ ପାସୱାନ ବହୁତ ସକ୍ରିୟ ଅଛନ୍ତି ।
ଏନଡିଏରେ ଆସନ ବୁଝାମଣାକୁ ନେଇ ସେ କହିଛନ୍ତି ଯେ ଏହା ଖବ୍ ଶୀଘ୍ର ଘୋଷଣା କରାଯିବ । ସେ କହିଛନ୍ତି ଯେ ଆସନ ବୁଝାମଣା ଉପରେ ଆଲୋଚନା ପ୍ରାୟ ଶେଷ ହୋଇଛି । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସେ ଇଣ୍ଡିଆ ମିଳିତ ମଞ୍ଚ ସହ ହାତ ମିଳାଇ ପାରନ୍ତି, କିନ୍ତୁ ସେ ଏହାକୁ ଅସ୍ୱୀକାର କରିଛନ୍ତି । ଚିରାଗ ପାସୱାନ ଆସନ ବାଣ୍ଟିବା ପୂର୍ବରୁ ମଧ୍ୟ ବୈଶାଲୀ ଲୋକ ସଭା ଆସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏଥିରୁ ଅନୁମାନ କରାଯାଉଛି ଯେ ଏହି ସିଟ ଏଲଜେପି ରାମ ବିଲାସ ଙ୍କ ଆକାଉଣ୍ଟକୁ ଯିବ । ଗତ ନିର୍ବାଚନ ବିଷୟରେ କହିବାକୁ ଗଲେ ଏହି ଆସନ ଏଲଜେପି ଆକାଉଣ୍ଟକୁ ଯାଇଥିଲା । ଏଲଜେପି ପ୍ରାର୍ଥୀ ଭେନା ଦେବୀ ଦୁଇ ଲକ୍ଷରୁ ଅଧିକ ଭୋଟରେ ଏହି ଆସନ ଜିତିଥିଲେ । ଚିରାଗଙ୍କ ଦଳ ମାର୍ଚ୍ଚ ୧୦ରେ ବୈଶାଲି ସଂସଦ ନିର୍ବାଚନମଣ୍ଡଳୀ ସାହେବଗଞ୍ଜରେ ଏକ ବିଶାଳ ସମାବେଶ ଆୟୋଜନ କରିଥିଲା । ଏହାର ନାମ ଜନ ଆଶିର୍ବାଦ ସଭା କରାଯାଇଥିଲା । ଏହାକୁ ସଫଳ କରିବା ପାଇଁ ଜିଲ୍ଲା ସଂଗଠନ ମନ୍ତ୍ରୀ ବିନୟ କୁମାରଙ୍କ ନେତୃତ୍ୱରେ ଏକ ଡଜନ ଛକଠାରେ ବୈଠକ ମାଧ୍ୟମରେ ଅଂଶଗ୍ରହଣ କରିବାକୁ ଏକ ନିବେଦନ କରାଯାଇଥିଲା ।












Click it and Unblock the Notifications