ଏଲଜେପିର ସଂସଦୀୟ ଦଳ ନେତା ହେଲେ ଚିରାଗ ପାସୱାନ

ପୁଣି କେନ୍ଦ୍ରରେ ମୋଦି ସରକାର । ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଏଥିପାଇଁ ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ ରହିବ ଏବଂ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ହୋଇପାରେ । ତେବେ ଏହି ଏନଡିଏ ବୈଠକ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ସଂସଦୀୟ ଦଳ ବୈଠକ ବସିଛି । ଯେଉଁଥିରେ ଚିରାଗ ପାସୱାନଙ୍କ ସଂସଦୀୟ ନେତା ବାଛିଛନ୍ତି ଦଳୀୟ ସାଂସଦ ।

Chirag Paswan

ଚଳିତ ନିର୍ବାଚନରେ ଚିରାଗ ପାସୱାନଙ୍କ ଦଳ ଏଲଜେପି (ଆର) ୫ଟି ସିଟରେ ନିର୍ବାଚନ ଲଢିଥିବା ବେଳେ ୫ଟି ଆସନରେ ବିଜୟୀ ହୋଇଛି । ତେଣୁ ଏନଡିଏ ସରକାରରେ ଚିରାଗ ପାସୱାନଙ୍କ ଦବଦବା ଯଥେଷ୍ଟ ଅଧିକ ରହିବ । ମୋଦୀଙ୍କ କ୍ୟାବିନେଟରେ ଚିରାଗଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ଏପରିକି ଚିରାଗ ପାସୱାନଙ୍କ ଦଳ ଏନଡିଏ ସରକାରରେ ୨ଟି ମନ୍ତ୍ରୀପଦ ଦାବି କରୁଥିବା ଚର୍ଚ୍ଚା ହେଉଛି ।

କେବଳ ଏଲଜେପି (ଆର) ନୁହେଁ ବରଂ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ନିଜର ଦଳୀୟ ସାଂସଦଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକ ପରେ ନିଜ ସାଂସଦଙ୍କ ସହ ଏନଡିଏ ବୈଠକରେ ଯୋଗଦେବେ ଉଭୟ ଦଳର ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+