ଲାଲୁଙ୍କ ଉପରେ ପ୍ରତିକ୍ରିୟା ଦେଲେ ଚିରାଗ , କହିଲେ ୫ବର୍ଷ ମଧ୍ୟରେ....
ପାଟନା: ଗତକାଲି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଏକ ମନ୍ତବ୍ୟ ଦେଇଥିଲେ । ସେ ଦାବି କରିଥିଲେ ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅତ୍ୟନ୍ତ ଦୁର୍ବଳ ଏବଂ ଏହାର କୌଣସି ସ୍ଥାୟିତ୍ୱ ନାହିଁ । ଲାଲୁ କହିଥିଲେ , ମୁଁ ସମସ୍ତ ଦଳୀୟ କର୍ମୀଙ୍କୁ ନିବେଦନ କରୁଛି ଯେ ସେମାନେ ପ୍ରସ୍ତୁତ ରୁହନ୍ତୁ, କାରଣ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ।
ଦିଲ୍ଲୀରେ ମୋଦୀଙ୍କ ସରକାର ଅତ୍ୟନ୍ତ ଦୁର୍ବଳ ଏବଂ ଅଗଷ୍ଟ ସୁଦ୍ଧା ଏହାର ପତନ ଘଟିପାରେ ବୋଲି ସଙ୍କେତ ମିଳିଥିବା ଲାଲୁ କହିଥିଲେ । ବର୍ତ୍ତମାନ ଚିରାଗ ପାସୱାନ ଲାଲୁଙ୍କ ବୟାନକୁ ନେଇ ଆରଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବା ଏବଂ ଫାନ୍ଦରେ ପକାଇବା ପାଇଁ ସେ ଏପରି ବିବୃତ୍ତି ଦେଉଛନ୍ତି ।

ସେ ଆହୁରି କହିଛନ୍ତି, ଲାଲୁ ଯାଦବ ଏବଂ ଆରଜେଡି କର୍ମୀମାନେ ପାଞ୍ଚ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇପାରିନଥିଲେ । ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି, କେତେ ସିଟ ଲଢିଛି ଏବଂ କେତେ ସିଟ ଜିତିଛି, ସମସ୍ତେ ଜାଣନ୍ତି ଯେ ସେମାନଙ୍କ କର୍ମୀମାନଙ୍କୁ ଦ୍ୱନ୍ଦରେ ପକାଇବା ଏବଂ ଫାନ୍ଦରେ ପକାଇବା ପାଇଁ ସେମାନେ ଅଗଷ୍ଟ ତାରିଖ ଦେଇଛନ୍ତି ଏବଂ ତା'ପରେ ଡିସେମ୍ବର ପୁଣି ଆସନ୍ତା ୫ ବର୍ଷ ତାରିଖ ଦେବେ ।












Click it and Unblock the Notifications