ଚିନ୍ତନ ଶିବିର: ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେବ କଂଗ୍ରେସ
ରାଜସ୍ଥାନର ଜୟପୁରରେ ଚାଲିଥିବା କଂଗ୍ରେସର 3 ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିର ଆଜି ଶେଷ ଦିନ । କଂଗ୍ରେସ ସତ୍ତା ଫେରିବା ଓ ଲୋକସମ୍ପର୍କ ବଢାଇବାକୁ ଜୋରଦାର ଚେଷ୍ଟା ଆରମ୍ଭ କରିଛି ।
ଜୟପୁର: ରାଜସ୍ଥାନର ଜୟପୁରରେ ଚାଲିଥିବା କଂଗ୍ରେସର 3 ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିର ଆଜି ଶେଷ ଦିନ । କଂଗ୍ରେସ ସତ୍ତା ଫେରିବା ଓ ଲୋକସମ୍ପର୍କ ବଢାଇବାକୁ ଜୋରଦାର ଚେଷ୍ଟା ଆରମ୍ଭ କରିଛି । ମିଶନ 2024କୁ ଫୋକସରେ ରଖିଛି ଦଳ ।

ମନ୍ଥନରେ ଅମୃତ ନିଶ୍ଚିନ୍ତ ବୋଲି କହିଛନ୍ତି ଉଦୟପୁର ଦଳ ମୁଖପାତ୍ର ଗୌବର ଭଲ୍ଲା । ନବ ସଙ୍କଳ୍ପ ସହିତ ଲୋକଙ୍କ ସହିତ ଜଡିତ ମୁଦ୍ଦାକୁ ଅସ୍ତ୍ର କରି ନୂଆ ରୂପରେ ଆସିବ କଂଗ୍ରେସ । ଲୋକଙ୍କୁ ନେଇ ଦଳ ଆଗକୁ ଯିବ । ଭାଜପାର ମୂଳପୋଛ କରିବାକୁ ଦଳ ପ୍ରସ୍ତୁତ ହେଉଛି । ଦଳ 2024 ଲୋକସଭା ନିର୍ବାଚନ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଦୟପୁର ଦଳ ମୁଖପାତ୍ର ଗୌବର ଭଲ୍ଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଲିସିକୁ ଟାର୍ଗେଟ କରିଛନ୍ତି ଗୌରବ ଭଲ୍ଲା ।
ଆଜି ଦଳର 6ଟି ପ୍ରସଙ୍ଗରେ ନୂଆ ସଂକଳ୍ପ ନେଇ ଲୋକଙ୍କ ଆଗରେ ଉପସ୍ଥାପନ କରିବ । ସାମାଜିକ ସଶକ୍ତିକରଣ, ଅର୍ଥନୀତି, ରାଜନୀତି, ସଂଗଠନ ଓ ୟୁଥଙ୍କ ଭଲି ପ୍ରସଙ୍ଗରେ ସକଳ୍ପ ନେବ । ଦେଶରେ ବେରୋଜଗାରୀ, ମହଙ୍ଗା ମାଡ, ମହିଳାଙ୍କ ସଶକ୍ତୀକରଣ ଓ ବିକାଶ କ୍ଷେତ୍ରରେ କିପରି ଦେଶ ଆଗେଇବ ସେ ପ୍ରସଙ୍ଗରେ ତର୍କ ବିତର୍କ ହେଉ ନା କି ଲାଉଡସ୍ପିକର, ଅଜାନ ଉପରେ ବୋଲି କହିଛନ୍ତି ଦଳ ମୁଖପାତ୍ର । କଂଗ୍ରେସ ମୂଲ୍ୟହୀନ ପ୍ରସଙ୍ଗରେ ଆଲୋଚନା କରେନାହିଁ ବୋଲି କହିଛନ୍ତି ଗୌରବ ଭଲ୍ଲା ।
କଂଗ୍ରେସ ସଂଗଠନର ସବୁ ସ୍ତରରେ ଅନୁସୂଚିଚ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ବ 50 ପ୍ରତିଶତକୁ ବଢାଇବାକୁ ଦଳ ଯୋଜନା କରିଥିବା ଶିବିରରେ ଘୋଷଣା କରିଛି । ଦଳକୁ ପୁନର୍ଜୀବିତ କରିବାକୁ ଚିନ୍ତନ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications