ଭାରତରେ ଅନୁପ୍ରବେଶ କରି ଚୀନ୍ ନାଗରିକ ଗିରଫ, ବ୍ୟାଗକୁ ମିଳିଲା......

ଭାରତୀୟ ସୀମା ମଧ୍ୟକୁ ପଶିବାକୁ ଚେଷ୍ଟା କରୁଥିଲେ । ମୋବାଇଲରେ ସୁଟିଂ କରୁଥିଲେ ଭିଡିଓ । କିନ୍ତୁ ଦେଖିଦେଲେ ସୁରକ୍ଷାକର୍ମୀ ଆଉ ଚୀନ ନାଗରିକଙ୍କୁ ଗିରଫ କଲେ । ଭାରତ-ଚୀନ ସୀମାରେ ଏହି ଘଟଣା ଏବେ ସୁରକ୍ଷାବାହିନୀ ପାଇଁ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।

Chinese

ରିପୋର୍ଟ ଅନୁସାରେ, ସଶସ୍ତ୍ର ସୀମା ବଳ ଜଣେ ୪୯ ବର୍ଷୀୟ ଚୀନ୍ ନାଗରିକଙ୍କୁ ଗିରଫ କରିଛି । ତାଙ୍କ ନାଁ ହେଲା ଲିୟୁ କୁନଜିଙ୍ଗ୍ । ହ୍ୟୁନାନ ପ୍ରାନ୍ତରେ ଲିୟୁ ରୁହନ୍ତି । ସେ ରୁପାୟିଡିହା ଚେକ୍ ପୋଷ୍ଟ ନିକଟରେ ଥିବା ଭାରତ-ନେପାଳ ସୀମାରେ ଭିଡିଓ ଉତ୍ତୋଳନ କରୁଥିଲେ । ଏହାସହ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ । ତେଣୁ ତାଙ୍କୁ ଗିରଫ କରାଯାଇଥିଲା ।

ଏସଏସବିର କହିବାନୁସାରେ, ଭାରତୀୟ ସୀମାରେ ଅନୁପ୍ରବେଶ ପୂର୍ବରୁ ସେ ପାକିସ୍ତାନ ଗସ୍ତ କରିଥିଲେ । ତାଙ୍କ ପାଖରୁ ପାକିସ୍ତାନ, ନେପାଳ ଏବଂ ଚାଇନାର ମୁଦ୍ରା ମିଳିଛି । ଭାରତ ମଧ୍ୟକୁ ପ୍ରବେଶ କରିବା ପାଇଁ ତାଙ୍କ ପାଖରେ ବୈଧ କାଗଜପତ୍ର ନଥିଲା । ଲିୟୁଙ୍କ ନିକଟରୁ ତିନୋଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି ।

ଆହୁରି ମଧ୍ୟ ସେ ବ୍ୟାଗରେ ନେପାଳର ମ୍ୟାପ୍ ରଖିଥିଲେ । ଏଥିରେ ଅନେକ କିଛି ଇଂରାଜୀରେ ଲେଖାହୋଇଛି । ପ୍ରଥମେ ସେ ଇଂଲିଶ କିମ୍ବା ହିନ୍ଦୀ ଜାଣିନଥିବା ପ୍ରକାଶ କରିଥିଲେ । ଜଣେ ଅନୁବାଦକଙ୍କ ଜରିଆରେ ଲିୟୁଙ୍କୁ ଜେରା କରାଯାଉଛି । ପାକିସ୍ତାନରେ କିଛି ଦିନ ବିତାଇଥିବାରୁ ସେ ବଡ ଯୋଜନାରେ ଭାରତ ମଧ୍ୟକୁ ପ୍ରବେଶ କରୁଥିବା କୁହାଯାଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଚଳର ଭିଡିଓ ସୁଟ୍ କରିବା ସାଧାରଣ କଥା ନୁହେଁ । ଅଧିକ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ଏସଏସବି ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+