ୟୁପିରେ ଚାଇନିଜ ମାଞ୍ଜା ବ୍ୟାନ୍, ମୃତ୍ୟୁ ହେଲେ ହତ୍ୟା ମକଦ୍ଦମା ହେବ ରୁଜୁ
ନିଷିଦ୍ଧ ଚାଇନିଜ୍ ମାଞ୍ଜା ଦ୍ୱାରା ହେଉଥିବା ଯେକୌଣସି ମୃତ୍ୟୁକୁ ଏବେ ହତ୍ୟା ଭାବରେ ବିବେଚନା କରାଯିବ। ଆଜି ଏହା ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ରାଜ୍ୟବ୍ୟାପୀ ଚଢାଉ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଉଚ୍ଚ ସ୍ତରରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି। ଲକ୍ଷ୍ନୌରେ ଚାଇନିଜ୍ ମାଞ୍ଜା ସୂତାରେ ଜଣେ ବ୍ୟକ୍ତିଙ୍କର ଗଳା କଟିବା ପରେ ଏହି ଚେତାବନୀ ଦିଆଯାଇଛି। ଗତ ଛଅ ମାସ ମଧ୍ୟରେ, ରାଜ୍ୟବ୍ୟାପୀ ସମାନ ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରେ ନିଷିଦ୍ଧ ଚାଇନିଜ୍ ମାଞ୍ଜା ସୂତା ଦ୍ୱାରା ହେଉଥିବା ମୃତ୍ୟୁ ଜାରି ରହିଥିବାବେଳେ ଅନେକ ଗୁରୁତର ହେଉଥିବା ମଧ୍ୟ ସୂଚନା ମିଳୁଛି।

ବୁଧବାର ବାଇକ୍ ଚଲାଉଥିବାବେଳେ ଚାଇନିଜ୍ ମାଞ୍ଜା ସୂଚନାରେ ଗଳା କଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମହମ୍ମଦ ସୋଏବ(୩୩) ବୋଲି ଜଣାପଡିଛି। ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିଛି। ୨୦୨୬ ମସିହାରେ ମେରଠରେ ମାଞ୍ଜା ସୂତା ଲାଗି ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ୨୦୨୫ ମସିହା ଅକ୍ଟୋବର ମାସରେ ଶାହଜାହାନପୁରର ରବି ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ଜାନୁଆରୀ ୨୦୨୫ ମସିହାରେ ଡ୍ୟୁଟିରେ ଥିବା ଜଣେ କନଷ୍ଟେବଳ ଶାହରୁଖ ହାସନ ମଧ୍ୟ ଚାଇନିଜ୍ ମାଞ୍ଜା ସୂଚନା ଲାଗି ପ୍ରାଣ ହରାଇଥିଲେ। ସେପ୍ଟେମ୍ବର ୨୦୨୫ ମସିହାରେ ଆଲିଗଡ଼ରେ ସଲମାନ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଏହାର ବିକ୍ରୟ ଏବଂ ବ୍ୟବହାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ




Click it and Unblock the Notifications