Lac ନିକଟରେ ଲଢୁଆ ବିମାନ ଉଡାଉଛି ଚୀନ, ଭାରତ ସତର୍କ
ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ଜାରି ରଖିଛି ଚୀନ । ବିବାଦୀୟ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ କିଛି ଦିନ ହେବ ଲଗାତର ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବାର ନିରନ୍ତର ଉଦ୍ୟମ କର
ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ଜାରି ରଖିଛି ଚୀନ । ବିବାଦୀୟ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ କିଛି ଦିନ ହେବ ଲଗାତର ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବାର ନିରନ୍ତର ଉଦ୍ୟମ କରି ଚାଲିଛି ଚୀନ।

ଭାରତୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ଉପରେ ନଜର ରଖିବା ସହ ନିଜ ଶକ୍ତି ପ୍ରଦର୍ଶନ କରି ଭାରତୀୟ ସେନାକୁ ଉତ୍ତେଜିତ କରିବା ପରି ରଣନୀତି କରୁଛି ଚୀନ । ତେବେ ଭାରତୀୟ ବାୟୁସେନା ମଧ୍ୟ ଚୀନର ବାୟୁ ଗତିବିଧି ନେଇ ସର୍ଭିଲାନ୍ସ ବଢାଇଛି । ଚୀନର ଏହା ଏକ ପ୍ରୋପାଗଣ୍ଡା ହୋଇଥିବାରୁ ଭାରତୀୟ ସେନା ଏଥିରେ ଉତ୍ତେଜିତ ନହୋଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଆବଶ୍ୟକ ସ୍ଥଳେ ଉଚିତ ପଦକ୍ଷପ ଗ୍ରହଣ କରିବା ନେଇ ବାୟୁସେନା କହିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନ ବାୟୂସେନାର ଲଢୁଆ ବିମାନ ଜେ-11 ସମେତ ଅନ୍ୟ କିଛି ଯୁଦ୍ଧ ବିମାନଗୁଡ଼ିକ ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ନିକଟବର୍ତ୍ତୀ ସ୍ଥାନରେ ଉଡାଣ ଭରିବାରେ ଲାଗିଛନ୍ତି । ଏହି ସମ୍ବେଦନଶୀଳ ସ୍ଥାନରେ ଚୀନ ବାରମ୍ବାର ଯୁଦ୍ଧ ବିମାନ ଉଡାଇ ପ୍ରତିପକ୍ଷକୁ ଉତ୍ତେଜିତ କରିବା ପାଇଁ ଚେଷ୍ଟା କରିବା ସିବିଏମ ସର୍ତ୍ତାବଳୀର ଉଲ୍ଲଙ୍ଘନ ବୋଲି ଭାରତ କହିଛି ।
ଆଇଏଏଫ ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ "ଯେତେବେଳେ ଆମେ ଜାଣୁ ଯେ ଚୀନ୍ ବିମାନ ଏଲଏସିର ଟିକିଏ ନିକଟତର ହେଉଛି, ଆମେ ଆମର ଯୁଦ୍ଧବିମାନକୁ ଏକାଠି କରି ଆମ ସିଷ୍ଟମକୁ ହାଇ ଆଲର୍ଟରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥାଉ । "












Click it and Unblock the Notifications