ଲୋକସଭା ନିର୍ବାଚନ ଭଣ୍ଡୁର କରିବାକୁ ଚୀନ୍ କରୁଛି ବଡ଼ ଚକ୍ରାନ୍ତ, ମାଇକ୍ରେସପ୍ଟ ଆଣିଲା ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ: ଦେଶରେ ଏପ୍ରିଲ ୧୯ ତାରିଖରୁ ଜୁନ୍ ୧ ପର୍ୟ୍ୟନ୍ତ ୭ଟି ପର୍ୟ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ମତଦାତାଙ୍କୁ ନିଜ ଆଡକୁ ଟାଣିବା ଲାଗି ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ବିଶ୍ୱର ଅଗ୍ରଣୀ ସଫ୍ଟୱେର କମ୍ପାନି ମାଇକ୍ରୋସଫ୍ଟ ଭାରତର ନିର୍ବାଚନକୁ ନେଇ ବଡ଼ ଚେତାବନୀ ଦେଇଛି ।
ମତଦାନକୁ ଚୀନ୍ ନିଜ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଜରିଆରେ ପ୍ରଭାବିତ କରିପାରେ ବୋଲି ମାଇକ୍ରୋସଫ୍ଟ ଅଭିଯୋଗ କରିଛି । ଜାନୁଆରୀରେ ତାଇୱାନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ଚୀନ୍ ଏହିଭଳି ଭାବେ ହସ୍ତକ୍ଷେପ କରିଥିଲା । ମାଇକ୍ରୋସଫ୍ଟର 'ଥେଟ୍ ଇଣ୍ଟେଲିଜେନ୍ସ ଟିମ୍" ଏଭଳି ଚେତାବନୀ ଦେଇଛି । ଚୀନ୍ ଭୋଟରଙ୍କୁ ଏଆର ଦ୍ୱାରା ଭଟକାଇ ନିର୍ବାଚନକୁ ପ୍ରଭାବିତ କରିବ । କେଉଁଠି ଭୋଟରଙ୍କୁ ଦଳ ଆଡ଼କୁ ଆକର୍ଷଣ ଲାଗି ଉଦ୍ୟମ କରିବ ତ କେଉଁଠି ବିମୁଖ ହେବା ପାଇଁ କାମ କରିବ ।

ସୋସିଆଲ୍ ମିଡିଆରେ ଏଭଳି କଣ୍ଟେପୋଷ୍ଟ କରାଯିବ, ଯାହାଦ୍ୱାରା ନିର୍ବାଚନ ବେଳେ ଜନତାଙ୍କ ରାୟ ଚୀନ୍ ପକ୍ଷରେ ଚାଲିଯିବ । ଅର୍ଥାତ୍ ଚୀନ୍ ଯେଉଁ ଦଳକୁ ଚାହିଁବ, ତାକୁ ଜିତାଇ ପାରିବ । ପର ମୁହୂର୍ତ୍ତରେ ଏହାର ଫାଇଦା ଉଠାଇବ । ଏମିତି କି ଆମେରିକାରେ ଚଳିତବର୍ଷ ଶେଷ ଭାଗରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଚୀନ୍ ଏଆଇ ଦ୍ୱାରା ମତଦାନକୁ ପ୍ରଭାବିତ କରିପାରେ ବୋଲି ମାଇକ୍ରୋସଫ୍ଟ ଦର୍ଶାଇଛି ।
ମାଇକ୍ରୋସଫ୍ଟ କହିଛି ଯେ ସୀମା ବିବାଦ ଯୋଗୁ ଭାରତରେ ପଡ଼ୋଶୀ ଦେଶ ଭାବେ ଚୀନ୍ର ଛବି ଭଲ ନାହିଁ । ତେଣୁ ଚୀନ୍ ସୋସିଆଲ୍ ମିଡିଆ ପୋଷ୍ଟ କରିଆରେ ନିଜ ଛବିକୁ ବଦଳାଇବା ନିମନ୍ତେ କାମ କରିବ । ମାଇକ୍ରୋସଫ୍ଟର ଥେଟ୍ ଇଣ୍ଟେଲିଜେନ୍ସ ଆହୁରି କହିଛି ଯେ କେବଳ ଭାରତ ଓ ଆମେରିକା ନୁହେଁ । ୨୦୨୪ରେ ହେବାକୁ ଥିବା ବିଭିନ୍ନ ଦେଶର ନିର୍ବାଚନରେ ହସ୍ତକ୍ଷେପ ନିମନ୍ତେ ଚୀନ୍ ଚେଷ୍ଟା କରିବ । ସମ୍ପ୍ରତି ସମଗ୍ର ବିଶ୍ୱରେ ଚୀନ୍ର କାରନାମାକୁ ନାପସନ୍ଦ କରାଯାଉଛି ।
ବିଭିନ୍ନ ଦେଶରେ ଏହାର ନିବେଶ ପ୍ରଭାବିତ ହେଉଛି । ଫଳରେ ଏହାର ମାନୁଫାକ୍ଚରିଂ କ୍ଷେତ୍ର ତଳମୁହାଁ ହେବାରେ ଲାଗିଛି । ଏ ସବୁ ସ୍ଥିତିର ମୁକାବିଲା ସ୍ୱରୂପ ଚୀନ୍ ଏବେ ଅନ୍ୟ ଦେଶର ମତଦାନକୁ ପ୍ରଭାବିତ ପାଇଁ ଯୋଜନା ବନାଇଛି । ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଭଳି ଏକ ସାଧନ, ଯାହା ବୁଦ୍ଧିମାନ ଏବଂ ନିଜେ ଡାଟାର ବିଶ୍ଳେଷଣ କରିପାରିବ । ବିଭିନ୍ନ ଭାଷା କହିପାରିବ ଏବଂ ବୁଝିପାରିବ । କଠିନ ପ୍ରଶ୍ନର ଜବାବ ବି ଦେଇପାରିବ ।
ଦିଆଯାଇଥିବା କମକୁ ସଫଳ କରିବା ପାଇଁ କୌଣସି ସୁଯୋଗ ଛାଡ଼ିବ ନାହିଁ । ତେଣୁ ଚାନ୍ ଏହାକୁ ଅସ୍ତ୍ର କରିବ । ମାଇକ୍ରୋସଫ୍ଟର କହିବା କଥା ହେଉଛି ୨୦୨୪ରେ ୬୩ଟି ଦେଶରେ ନିର୍ବାଚନ ହେବ । ୟୁରୋପୀୟ ସଂଘରେ ବି ନିର୍ବାଚନ ହେବାର ଅଛି । ବିଶ୍ୱର ମୋଟ ଜନସଂଖ୍ୟାର ୪୯% ନିଜ ଭୋଟ ଅଧିକାର ସାବ୍ୟସ୍ତ କରିବେ । ତେବେ ଫୋକସ୍ରେ ବର୍ତ୍ତମାନ ଭାରତ, ଆମେରିକା ଓ ଦକ୍ଷିଣ କୋରିଆର ନିର୍ବାଚନ ରହିଛି । ଏହି ୩ଟି ଦେଶ ସହ ଚୀନ୍ର ସମ୍ପର୍କ ଭଲ ନାହିଁ । ତେଣୁ ବିଶେଷକରି ଏହି ୩ଟି ଦେଶରେ ଜନାଦେଶ ବିଗାଡ଼ିବାକୁ ଡ୍ରାଗନ୍ ଚେଷ୍ଟା କରିବ । ଏଆଇ ଦ୍ୱାରା କଣ୍ଟେଣ୍ଟ ବନାଇ ଏହାକୁ ଲୋକଙ୍କ ପାଖରେ ପହଁଞ୍ଚାଇବାକୁ କରୁଛି ଯୋଜନା ।












Click it and Unblock the Notifications