ଚୀନର ନୂଆ ଭାଇରସ ପାଇଁ ଭାରତରେ ଛନକା, ସତର୍କ ରହିବାକୁ ନିର୍ଦ୍ଦେଶ

ଚୀନରେ ମାଡୁଥିବା HMPVକୁ ନେଇ ଭାରତ ସତର୍କ। ଯଦିଓ ଆମ ଦେଶରେ ଏଯାଏ କୌଣସି କେସ୍ ବାହାରିନି ତଥାପି ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ବୈଠକ ପରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚୀନ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

HMPV

ଶ୍ୱାସ ଜନିତ ଯେକୌଣସି ରୋଗର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋଶାଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଏଥିସହ ସ୍ପଷ୍ଟ କରାଯାଇଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି। ଆଇସିଏମଆର ଓ ଆଇଡିଏସପିର ତଥ୍ୟ ଅନୁସାରେ ଦେଶରେ ଇନଫ୍ଲୁଏଞ୍ଜା ଏବଂ ଫୁସଫୁସ ସଂକ୍ରମଣ ରୋଗୀ ସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ଘଟିନାହିଁ। ତେଣୁ ନୂଆ ଭାଇରସ୍ ପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

୫ ବର୍ଷ ପରେ ଚୀନରେ ଦେଖାଦେଇଥିବା ଏହି ଭାଇରସକୁ ନେଇ ସାରା ବିଶ୍ୱରେ ଛନକା ପଶିଲାଣି। HMPV ସଂକ୍ରମିତ ଚୀନ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଆଉ କେଉଁଠି ଦେଖାଦେଇନି। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା ମେଲାଇଛି। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+