ଅରୁଣାଚଳର ୩୦ଟି ସ୍ଥାନରେ ନାଁ ପରିବର୍ତ୍ତନ କଲା ଚୀନ, ଭାରତ ଦେଲା କଡ଼ା ଜବାବ୍
China Renames 30 More Places In Arunachal Pradesh: ଅରୁଣାଚଳ ପ୍ରଦେଶର ୩୦ ସ୍ଥାନରେ ନାମ ପରିବର୍ତ୍ତନ କଲା ଚୀନ । ନୂଆ ନାଁର ତାଲିକା ବିଜିଂ ପକ୍ଷରୁ ଜାରି କରାଯାଇଛି । ଯାହା ପରେ ଚୀନ ଉପରେ ବର୍ଷିଛି ଭାରତ । ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶରେ ସ୍ଥାନଗୁଡିକର ନାମ ବଦଳାଇବା ପାଇଁ ଚୀନ୍ର ପ୍ରୟାସକୁ ଦୃଢଭାବରେ ସମାଲୋଚନା କରି କହିଛି ଯେ, ନାଁ ପରିବର୍ତ୍ତିନ କରିବା ଦ୍ୱାରା ଏହା ଭାରତଠୁ ଅଲଗା ହୋଇଯିବ ନାହିଁ । ଏହା ସର୍ବଦା ଭାରତର ଅଂଶ ହୋଇ ରହିବ ।

ଚୀନ୍ ଅରୁଣାଚଳ ପ୍ରଦେଶ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଜିଂ ଭାରତୀୟ ରାଜ୍ୟର ବିଭିନ୍ନ ସ୍ଥାନର ୩୦ଟି ନୂତନ ନାମର ଚତୁର୍ଥ ତାଲିକା ପ୍ରକାଶ କରିଛି। ଯାହା ପରେ କଡ଼ା ଜବାବ ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୈସୱାଲ କହିଛନ୍ତି, ଚୀନ ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ନାଁ ବଦଳାଇବାର ମୁର୍ଖାମୀ ଜାରି ରଖିଛି ।












Click it and Unblock the Notifications