ଚୀନର ନୂଆ ମାନଚିତ୍ର: ଅରୁଣାଚଳ ପ୍ରଦେଶ-ଅକ୍ସାଇ ଚୀନକୁ ନିଜର ବୋଲି କଲା ଦାବି

China News Map: ଚୀନ୍ ପୁଣି ନିଜ ଔଦ୍ଧତ୍ୟ ଦେଖାଇବା ଆରମ୍ଭ କରିଛି । ଚୀନ୍ ସରକାରଙ୍କ ତରଫରୁ ସୋମବାର (ଅଗଷ୍ଟ 28)ଦିନ ଏକ ନୂତନ ମାନଚିତ୍ର ପ୍ରକାଶ କରାଯାଇଛି । ଯେଉଁଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜ ଅଞ୍ଚଳ ବୋଲି ଦାବି କରିଛି ଚୀନ । ତେବେ ଚୀନ୍ ଏଭଳି ବିସ୍ତାରବାଦୀ ନୀତି ଆପଣେଇଥିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସେ ଅରୁଣାଚଳ ପ୍ରଦେଶର 11 ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲେ।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ, ଚୀନ ନିଜର ନୂତନ ମାନଚିତ୍ରରେ ଭାରତର କିଛି ଅଂଶ, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ମଧ୍ୟ ନିଜ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିଛି। ମାନଚିତ୍ରରେ ଚୀନ୍ ନଅ-ଡ୍ୟାସ୍ ଲାଇନରେ ନିଜର ଦାବି ଉପସ୍ଥାପନ କରିଛି। ଏହି ଉପାୟରେ ସେ ଦକ୍ଷିଣ ଚୀନ୍ ସାଗରର ଏକ ବଡ଼ ଅଂଶ ଦାବି କରିଛନ୍ତି। ତେବେ ଭିଏତନାମ, ଫିଲିପାଇନ୍ସ, ମାଲେସିଆ ଏବଂ ବ୍ରୁନେଇ ମଧ୍ୟ ଦକ୍ଷିଣ ଚୀନ୍ ସାଗରକୁ ନିଜ ଅଞ୍ଚଳରେ ସାମିଲ କରିବା ପାଇଁ ଦାବି ଜାରି ରଖିଛନ୍ତି।

china

ସୂଚନାଥାଉ ଯେ, ୧୯୬୨ ଯୁଦ୍ଧ ପରେ ଅପୁଣାଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡ଼ି ଆସିଥିଲା ଏବଂ ସେହି ଏରିଆକୁ ନିଜର ବୋଲି ଦାବି କରିଥିଲା । ଗତ ୫ ବର୍ଷ ମଧ୍ୟ ଚୀନ ତୃତୀୟ ଥର ପାଇଁ ନିଜର ମୂଆ ମାନଚିତ୍ର ଜାରି କରିଛି । ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ଚୀନ ।

ଅନ୍ୟପକ୍ଷରେ, ନିକଟରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଥିଲେ ମୋଦୀ-ଜିନପିଙ୍ଗ୍ । ବ୍ରିକ୍ସ ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷାକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା । ଯାହା ପରେ ଆଶା କରାଯାଉଥିଲା ଯେ, ଦୁଇ ଦେଶର ସୀମା ବିବାଦ ସବୁ ଦିନ ପାଇଁ ସମାପ୍ତ ହୋଇଯିବ ହେଲେ ଜି-୨୦ ବୈଠକ ପୂର୍ବରୁ ଚୀନ ପୁଣି ଥରେ ନିଜର ନୂଆ ରଙ୍ଗ ଦେଖାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+