କଲେଜରେ ଛୁରି ମାଡ଼: ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ
China Knife Attack: କଲେଜ ଭିତରେ ଛୁରି ମାଡ଼ରେ ଗଲା ୮ ଜଣଙ୍କ ଜୀବନ ସେହିପରି ୧୭ ଜଣ ଆହତ ହୋଇଥିବା ନେଇ ଖବର ରହିଛି । ଏପରି ଘଟଣା ଶନିବାର ଦିନ ପୂର୍ବ ଚାଇନାର ଏକ ବ୍ୟବସାୟ ବିଦ୍ୟାଳୟରେ ଘଟିଛି । ତେବେ ଆକ୍ରମଣକାରୀ ଜଣେ ପୂର୍ବତନ ଛାତ୍ର ଏବଂ ତାଙ୍କୁ ଗିରଫ କରାଯାଇଛି ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଚାଇନା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଘଟଣା ଶନିବାର ସନ୍ଧ୍ୟାରେ ଜିଆଙ୍ଗସୁ ପ୍ରଦେଶର ୟିକସିଂ ସହରରେ ଅବସ୍ଥିତ ୱକ୍ସି ଭୋକେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ ଆଣ୍ଡ ଟେକ୍ନୋଲୋଜିରେ ଘଟିଛି। ୟିକ୍ସିଂ ପୋଲିସ ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇ ଏକ ବିବୃତ୍ତି ଜାରି କରିଛି।

ପୋଲିସ କହିଛି , ଛୁରିମାଡ଼ କରିଥିବା ଛାତ୍ରଙ୍କ ବୟସ 21 ବର୍ଷ ଏବଂ ସେ ଏହି ଉକ୍ତ କଲେଜର ପୂର୍ବତନ ଛାତ୍ର । ସେ ଚଳିତ ବର୍ଷ ସ୍ନାତକ ହାସଲ କରିବାର ଥିଲା, କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇଥିଲେ। ଫେଲ୍ ହେବା ପରେ ସେ ରାଗି ଯାଇ ଏପରି କାଣ୍ତ ଘଟାଇଛନ୍ତି । ସେହିପରି ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଛି।
ୟିକସିଂ ପୋଲିସ କହିଛି ଯେ, ଆହତମାନଙ୍କ ଚିକିତ୍ସା ତଥା ଯତ୍ନ ନେବା ପାଇଁ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ସକ୍ରିୟ ଅଛି। ଚାଇନାରେ ହିଂସାତ୍ମକ ଛୁରୀ ଅପରାଧ ଏକ ସାଧାରଣ ଘଟଣା ନୁହେଁ, ଯେଉଁଠାରେ ଅସ୍ତ୍ରଶସ୍ତ୍ରକୁ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରାଯାଇଥାଏ, କିନ୍ତୁ ଏତେ ସଂଖ୍ୟକ ଲୋକଙ୍କ ଉପରେ ଆକ୍ରମଣ ଏବଂ ଏତେ ଜଣଙ୍କ ମୃତ୍ୟୁ ଘଟିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ।
ସେହିପରି ଏହି ଘଟଣା ପୂର୍ବରୁ ଜଣେ 62 ବର୍ଷ ବୟସ୍କ ବ୍ୟକ୍ତି ଚାଇନାର ଦକ୍ଷିଣ ସହର ଜୁହାଇରେ ଏକ ଭିଡ଼ ଭିତରକୁ ଯାଇ 35 ଜଣଙ୍କର ହତ୍ୟା କରିଥିଲା ଏବଂ ଏହି ଘଟଣାରେ 40 ରୁ ଅଧିକ ଲୋକ ଆହତ ହୋଇଥିଲେ। ଗତ କିଛି ମାସ ମଧ୍ୟରେ ଆହୁରି ଅନେକ ଆକ୍ରମଣ ହୋଇଛି। ଅକ୍ଟୋବରରେ, ଜଣେ ବ୍ୟକ୍ତି ସାଂଘାଇର ଏକ ଦୋକାନ ବଜାରରେ ଛୁରୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15 ଜଣ ଆହତ ହୋଇଥିଲେ। ଏକ ମାସ ପୂର୍ବେ ହଂକଂ ସୀମାରେ ଥିବା ଦକ୍ଷିଣ ସହର ଶେନଜେନରେ ଜଣେ ଜାପାନୀ ସ୍କୁଲ ଛାତ୍ରଙ୍କର ହତ୍ୟା କରାଯାଇଥିଲା ।












Click it and Unblock the Notifications