ଚୀନ ଆମେରିକାକୁ ବଡ ଝଟକା, ଜପାନକୁ ପଛରେ ପକାଇ ଚତୁର୍ଥ ଗୃହତ ଅର୍ଥନୀତି ହେଲା ଭାରତ
ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେଲା ଭାରତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଭାରତ ୪.୧୮ ଟ୍ରିଲିୟନ ଡଲାରର ଜିଡିପି ସହ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ୨୦୩୦ ସୁଦ୍ଧା ଏହା ଜର୍ମାନୀକୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିବ ବୋଲି ସରକାରୀ ରିପୋର୍ଟରେ ଆକଳନ କରାଯାଇଛି। ଦୃଢ଼ ଘରୋଇ ଖର୍ଚ୍ଚ ଏବଂ ଦୃଢ଼ ଢାଞ୍ଚାଗତ ସଂସ୍କାର ଦ୍ୱାରା ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ଭାରତର ପ୍ରକୃତ GDP ୨୦୨୫-୨୬ର ଦ୍ୱିତୀୟ ତ୍ରୈମାସିକରେ ୮.୨ ପ୍ରତିଶତ ବୃଦ୍ଧି ପାଇଛି। ଯାହା ପ୍ରଥମ ତ୍ରୈମାସିକରେ ୭.୮ ପ୍ରତିଶତ ଏବଂ ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ୭.୪ ପ୍ରତିଶତ ଥିଲା। ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା ସତ୍ତ୍ୱେ ଏହା ୬ଟି ତ୍ରୈମାସିକର ସର୍ବୋଚ୍ଚ ସ୍ତରରେ ରହିଛି। ସରକାର କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୭.୩ ଟ୍ରିଲିୟନ ଆମେରିକୀୟ ଡଲାରର ଜିଡିପିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଯାହା ଦୃଢ଼ ଆର୍ଥିକ ଭିତ୍ତିଭୂମି ଏବଂ ଚାଲୁଥିବା ସଂସ୍କାର ଉପରେ ନିର୍ଭର କରିବ। ଆମେରିକା ବିଶ୍ୱର ସର୍ବବୃହତ ଅର୍ଥନୀତି ଭାବରେ ରହିଛି, ତା'ପରେ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ତୃତୀୟ ସ୍ଥାନକୁ ଯିବାକୁ ଚେଷ୍ଟା ଜାରି ରଖିଛି।
ଭାରତର ଅଭିବୃଦ୍ଧି ନେଇ ବିଶ୍ୱ ଏଜେନ୍ସିଗୁଡ଼ିକର ଆକଳନ
ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଭାରତର ଅଭିବୃଦ୍ଧି ନେଇ ଆଶାବାଦୀ ଅଛନ୍ତି। ବିଶ୍ୱ ବ୍ୟାଙ୍କ ୨୦୨୬ ରେ ୬.୫ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଛି। ଅନ୍ୟପଟେ ମୁଡିସ୍ ଭାରତର ଜିଡିପି ଅନୁମାନ ନେଇ କହିଛି ୨୦୨୬ ରେ ଏହା ୬.୪ ପ୍ରତିଶତ ଏବଂ ୨୦୨୭ରେ ୬.୫ ପ୍ରତିଶତ ସହିତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ G20 ଅର୍ଥନୀତି ରହିବ। ଅନ୍ତର୍ଜାତୀୟ ମୁଦ୍ରାକୋଷ( IMF) ୨୦୨୫ ପାଇଁ ଏହାର ଡିଜିପି ଆକଳନ ୬.୬ ପ୍ରତିଶତ ଏବଂ ୨୦୨୬ ପାଇଁ ୬.୨ ପ୍ରତିଶତକୁ ବୃଦ୍ଧି କରିଛି। ଓଇସିଡି ମଧ୍ୟ ୨୦୨୫ରେ ଜିଡିପି ୬.୭ ପ୍ରତିଶତ ଏବଂ ୨୦୨୬ରେ ୬.୨ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଛି।
ସେହିପରି ଏସଆଣ୍ଡିପ ଚଳିତ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ୬.୭ ପ୍ରତିଶତ ଅଭିବୃଦ୍ଧି ଆକଳନ କରିଛି। ଏସୀୟ ବିକାଶ ବ୍ୟାଙ୍କ ଏହାର ୨୦୨୫ ପୂର୍ବାନୁମାନକୁ ୭.୨ ପ୍ରତିଶତକୁ ବୃଦ୍ଧି କରିଛି। ଗ୍ରାହକ ଦୃଢ଼ ଚାହିଦାକୁ ଆଖି ଆଗରେ ରଖି ଆର୍ଥିକ ବର୍ଷ ୨୦୨୬ରେ ଅଭିବୃଦ୍ଧି ୭.୪ ପ୍ରତିଶତ ଅନୁମାନ ଲଗାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications