ପୂର୍ବ ଲଦାଖ ସୀମା ବିବାଦର ସମାଧାନ ପାଇଁ ଭାରତ ସହ ଚୁକ୍ତି ହୋଇଛି: ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରେ ଭାରତ ଓ ଚୀନର ମୁହାଁମୁହିଁ ସ୍ଥିତିକୁ ରୋକିବାକୁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି। ମଙ୍ଗଳବାର ଚୀନ ଏନେଇ ସ୍ପଷ୍ଟୀକରଣ ଦେଇଛି। ଏ ସମ୍ପର୍କିତ ଏକ ସଂକଳ୍ପ ପତ୍ର ପାରିତ ହୋଇଛି। ସଂକଳ୍ପପତ୍ର କାର୍ଯ୍ୟକାରୀ କରିବାକୁ ଭାରତ ସରକାର ସହିତ ମିଶି କାମ କରାଯାଉଛି ବୋଲି ଚୀନ କହିଛି। ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଚୀନ ସହ ଆଲୋଚନା ସଫଳ ହୋଇଥିବା କୁହାଯାଇଥିଲା। ଆଜି ଚୀନ୍ ଏନେଇ ସ୍ପଷ୍ଟ କରିଛି।

ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିସହ ପୂର୍ବ ଲଦାଖରେ ଥିବା ବିବାଦର ଅନ୍ତ ଘଟାଇବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଏଥିପାଇଁ ବେଜିଂ, ନୂଆଦିଲ୍ଲୀ ସହ ମିଶି କାର୍ଯ୍ୟ କରିବ। ଏହି ବିବାଦର ସମାଧାନ ପାଇଁ କିଛି ଦିନ ଧରି ଭାରତ ଏବଂ ଚୀନ୍ କୂଟନୈତିକ ଏବଂ ସାମରିକ ମାଧ୍ୟମରେ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି ବୋଲି ଲିନ୍ ଜିଆନ କହିଛନ୍ତି।

ଲିନ ଜିଆନ କହିଛନ୍ତି "ଚୀନ ଓ ଭାରତ ସୀମା ନେଇ ନିକଟରେ ଅତିତରେ ଦୁଇ ଦେଶର ସେନା ଓ କୂଟନୈତିକ ସ୍ତରରେ ବିସ୍ତୃତ ଆଲୋଚନା ହୋଇଛି। ବର୍ତ୍ତମାନ ଉଭୟ ପକ୍ଷ ପ୍ରାସଙ୍ଗିକ ମାମଲାରେ ଏକ ସମାଧାନରେ ପହଞ୍ଚିଛନ୍ତି, ଯାହାକୁ ଚୀନ୍ ସମର୍ଥନ ଓ ପ୍ରଶଂସା କରୁଛି। ତେଣୁ ଏହି ସଂକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଚୀନ ଭାରତ ସହିତ ମିଶି କାମ କରିବ।"

China confirms agreement to end standoff in eastern Ladakh

ଦୁଇ ଦେଶର ସେନା ମୁହାଁମୁହିଁ ନେଇ ସୋମବାର କେନ୍ଦ୍ର ସରକାର ଏକ ବଡ଼ ଅପଡେଟ୍ ଦେଇଥିଲେ। ସରକାର କହିଥିଲେ ଯେ ପୂର୍ବ ଲଦାଖରେ ଉଭୟ ଦେଶର ସେନା ପାଟ୍ରୋଲିଂ ନେଇ ଚୁକ୍ତି ହୋଇଛି। ୨୦୨୦ ମସିହାରେ ଗଲୱାନ ଘାଟିରେ ଚୀନ ଓ ଭାରତ ସେନା ମଧ୍ୟରେ ହିଂସକ ଲଢ଼େଇ ହେବା ପରେ ଦୁଇ ଦେଶ ମଧ୍ୟରେ ପେଟ୍ରୋଲିଂ ଜୋରଦାର ହେଉଥିଲା।

ସବୁଠାରୁ ବଡ଼ କଥା ହେଲା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ କରିଛନ୍ତି। ସେଠାରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ସହିତ ପିଏମ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+