କୋଟି କୋଟି ଟଙ୍କା ଦେଇ ଭାରତରୁ ସାପ କିଣୁଛି ଚାଇନା, ଧରାପଡିଲେ ଅଭିଯୁକ୍ତ

China buy snake from India: ଗୋରଖପୁର ଏସଟିଏଫ ବନ୍ୟଜନ୍ତୁ ଚୋରା କାରବାରରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ପୋଲିସ ସେମାନଙ୍କଠାରୁ 'ରେଡ୍ ସେଣ୍ତ୍ ବୋଆ' ( ଦୁଇ ମୁଣ୍ଡିଆ ସାପ) ନାମକ ଏକ ବିରଳ ପ୍ରଜାତିର ସାପ ପାଇଛି । କୁହାଯାଉଛି ଯେ ଚୋରା ଚାଲାଣକାରୀମାନେ ଏହି ସାପକୁ ଗୁଣ୍ଟ୍ରୁ ଚେନ୍ନାଇରୁ 20 ଲକ୍ଷ ଟଙ୍କା ଆଣି ନେପାଳ ଦେଇ ଚାଇନାକୁ ପଠାଇବାକୁ ଯୋଜନା କରିଥିଲେ । ଯେଉଁଥିପାଇଁ ସେମାନଙ୍କୁ ପ୍ରାୟ 1 କୋଟି ଟଙ୍କା ଦିଆଯାଇଥିଲା ।

ଏସଟିଏଫ ଇନ୍ସପେକ୍ଟର ସତ୍ୟପ୍ରକାଶ ସିଂଙ୍କ ସୂଚନା ଅନୁସାରେ, ଜଣେ ଅଭିଯୁକ୍ତ ରାମଶଙ୍କର କହିଛନ୍ତି ଯେ, ଏହି ବିରଳ ପ୍ରଜାତିର ସାପ ବ୍ୟବସାୟ କରୁଥିବାର ଏକ ବଡ଼ ଗ୍ୟାଙ୍ଗ୍ ରହିଛି । ଏହି ଗ୍ୟାଙ୍ଗରେ ଶୈଳେନ୍ଦ୍ର ଯାଦବ, ଇମ୍ରାନ ଖାନ ଏବଂ ଅରୁଣ ସିଂ ନାମକ ବ୍ୟକ୍ତି ସାମିଲ ଅଛନ୍ତି । ଏହି ଲୋକମାନେ ରାମଶଙ୍କରଙ୍କ ବ୍ୟାଙ୍କ ଆକାଉଣ୍ଟରେ 20 ଲକ୍ଷ ଟଙ୍କା ଡିପୋସିଟ୍ କରି ତାଙ୍କୁ ଗୁଣ୍ଟାରୁ ଚେନ୍ନାଇକୁ ପଠାଇଥିଲେ।

china_buy_snake

ଚେନ୍ନାଇ ପହଁଞ୍ଚିବା ପରେ ରାମଶଙ୍କର କିଛି ଲୋକଙ୍କୁ ଭେଟିଥିଲେ, ଯେଉଁମାନେ ତାଙ୍କୁ ଏକ କାରରେ ନେଇ ପ୍ରାୟ 5 ଘଣ୍ଟା ଯାତ୍ରା ପରେ ଏକ ଜଙ୍ଗଲରେ ପହଞ୍ଚିଥିଲେ । ଯେଉଁଠି ରାମ ଶଙ୍କରଙ୍କୁ ଏକ ବ୍ୟାଗରେ ବିଷାକ୍ତ ସାପ ଦିଆଯାଇଥିଲା । ଯାଗା ପରେ ସେ ଚେନ୍ନାଇରୁ ଗୋରଖପୁର ଅଭିମୁଖେ ଯାତ୍ରା କରିଥିଲେ । ହେଲେ ଏଠାରେ ବନ ବିଭାଗ, ଡବ୍ଲୁସିସିବି (ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ) ଏବଂ ଗୋରଖପୁର ଏସଟିଏଫ ତାଙ୍କୁ ଧରିଥିଲା ।

ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଇନ୍ଦପୁର ଶିବପୁର ବାରାଣସୀ ନିବାସୀ ରାମଶଙ୍କର ମୌର୍ଯ୍ୟ, ଗୋରଖପୁର ନିବାସୀ ଓମପ୍ରକାଶ ସିଂ, ଜାଲଲପୁର ଆଜମଗଡର ବାସିନ୍ଦା ତଥା ଗୋରଖପୁରର ରାଜଫୁତ ବାସନ୍ତପୁର ସାଇଫୁଦୁଦ୍ଦିନ। ପ ସାପକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଅଭିଯୁକ୍ତ । ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତଦନ୍ତ ଜାରି ରହିଛି ।

ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଏହି ପ୍ରଡାତିର ସାପ ଚାଲାଣ କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ସାପ ଗୁଡିକ ତନ୍ତ୍ର-ମନ୍ତ୍ର ଏବଂ ଔଷଧ ତିଆରିରେ ବ୍ୟବହାର କରାଯାଏ । ଯେଉଁ କାରଣରୁ ଏହି ସାପଗୁଡ଼ିକ ନେପାଳ ଏବଂ ଚୀନ୍ ଭଳି ଦେଶରେ ବହୁ ଟଙ୍କାରେ ବିକ୍ରି ହୋଇଥାଏ । STF ବର୍ତ୍ତମାନ ସାପ ଚୋରା ନେଟୱାର୍କ ଖୋଜିବା ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+