ଭୁଟାନର ୨% ଜମି ଚୀନ୍ କବଜାରେ : ୪ ବର୍ଷରେ ଗଢ଼ିଛି ୨୨ ଗାଁ
ବେଜିଂ : ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ସ୍ଥିତି ସ୍ୱାଭାବିକ ହେବା ପରେ ଏବେ ଚୀନ୍ର କିଛି ନକାରାତ୍ମକ କାର୍ଯ୍ୟ ଲୋକଲୋଚନକୁ ଆସିଛି । ଚୀନ୍ ଭୁଟାନର ୨% ଜମି କବ୍ଜା କରିନେଇଛି । ଗତ ୮ ବର୍ଷ ମଧ୍ୟରେ ଭୁଟାନ୍ର ସୀମା ନିକଟରେ ୨୨ଟି ଗ୍ରାମ ନିର୍ମାଣ କରିଛି । ବଡ଼ କଥା ହେଉଛି ଏଥିରୁ ୮ଟି ଗ୍ରାମ ଭାରତୀୟ ସୀମା ନିକଟରେ ରହିଛି । ଭାରତ ଉପରେ ନଜର ରଖିବା ପାଇଁ ଚୀନ୍ ଏଭଳି ହରକତ କରିଥାଇପାରେ ବୋଲି ଅନୁମାନ କରାଯାଉଛି ।
ଏ ନେଇ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଚୀନ୍ ଯେଉଁ ୨୨ ଗ୍ରାମ ଗଢ଼ିଛି, ସେଥିରୁ ୮ଟି ଭୁଟାନ୍ର ପଶ୍ଚିମ ଭାଗ ଡୋକଲାମ ସୀମା ନିକଟରେ ରହିଛି । ଏଗୁଡ଼ିକୁ ୨୦୨୦ ପରେ ନିର୍ମାଣ କରାଯାଇଥିଲା, ଯେବେ କି ଭାରତ ସହ ଚୀନ୍ର ବିବାଦ ସୃଷ୍ଟି ହୋଇଥିଲା ।













Click it and Unblock the Notifications