ପ୍ଲାଣ୍ଟରେ ଖସିଲା ଚିମନୀ, ୨୫ରୁ ଅଧିକ ଶ୍ରମିକ ଫସିଥିବା ଆଶଙ୍କା
ନୂଆଦିଲ୍ଲୀ: ଛତିଶଗଡ଼ର ମୁଙ୍ଗେଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କୁହାଯାଉଛି ଯେ ଫସି ରହିଥିବା ଶ୍ରମିକଙ୍କ ସଂଖ୍ୟା ଅତି କମରେ ୨୫ ହେବ। ଏହି ଦୁର୍ଘଟଣାରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି । ତେବେ ଲୁହାର ପାଇପ ତିଆରି କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ନିର୍ମାଣାଧୀନ କମ୍ପାନୀର ନାମ କୁସୁମ ରହିଛି ।












Click it and Unblock the Notifications