Get Updates
Get notified of breaking news, exclusive insights, and must-see stories!

ଦେଶରେ ବଢି ଚାଲିଛି ଶିଶୁ ଚାଲାଣ, ଶୀର୍ଷରେ ୟୁପି-ବିହାର: ତୃତୀୟ ସ୍ଥାନରେ ଏହି ରାଜ୍ୟ

Child Trafficking in India Report: ଦେଶରେ ବଢି ଚାଲିଛି ଶିଶୁ ଚାଲାଣ । ତାଲିକାର ଶୀର୍ଘରେ ରହିଛି ୟୁପି-ବିହାର । ସେହିପରି ତାଲିକାରେ ବେଶ୍ ଉପରେ ମଧ୍ୟ ରହିଛି ଦେଶର ରାଜଧାନୀ ନୂଆଦିଲ୍ଲୀ ।

ରିପୋର୍ଟ ଅନୁସାରେ, ଗତ 2016 ରୁ 2022 ମସିହା ମଧ୍ୟରେ ସର୍ବାଧିକ ଶିଶୁ ଚାଲାଣରେ ଉତ୍ତରପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶ ଶୀର୍ଷ ତିନିଟି ରାଜ୍ୟ ହୋଇଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ ସମୟ ପର୍ଯ୍ୟନ୍ତ 68% ବୃଦ୍ଧି ଘଟିଛି ।

Child Trafficking

ନୋବେଲ ଶାନ୍ତି ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ଗେମ୍ସ 24x7 ଏବଂ କୈଳାଶ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେସନ (କେଏସସିଏଫ) ମିଳିତ ଭାବେ ଭାରତରେ ଶିଶୁ ଚାଲାଣକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ ଜୟପୁର ସହର ଦେଶରେ ଶିଶୁ କାରବାରର ହଟସ୍ପଟ୍ ଭାବରେ ଉଦ୍ଭା ହୋଇଥିବା ବେଳେ ଶ୍ରେଷ୍ଠ ଦଶଟି ଜିଲ୍ଲାର ଅନ୍ୟ ଚାରିଟି ସ୍ଲଟ୍ ଜାତୀୟ ରାଜଧାନୀରେ ଥିବା ଜଣାପଡିଛି ।

'ଭାରତରେ ଶିଶୁ ଚାଲାଣ' ଶୀର୍ଷକ ଏକ ରିପୋର୍ଟ ଆଜି (ଜୁଲାଇ 30) ରେ ବିଶ୍ୱ ଶିଶୁ ଚାଲାଣ ବିରୁଦ୍ଧ ଦିବସ ଅବସରରେ ପ୍ରକାଶ ପାଇଛି । ଯାହା ଶିଶୁ ଶ୍ରମିକଙ୍କ ଦୁଃଖକୁ ଆହୁରି ଅଧିକ ଆଲୋକିତ କରୁଛି । ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ବାଧିକ 13 ରୁ 18 ବର୍ଷ ବୟସ୍କ ଅଧିକାଂଶ ଶିଳ୍ପରେ ନିୟୋଜିତ ଥିବାବେଳେ କସମେଟିକ୍ ଶିଳ୍ପରେ 5 ରୁ 8 ବର୍ଷ ବୟସର ପିଲାମାନଙ୍କୁ ଅଧିକ ନିୟୋଜିତ କରାଯାଉଥିବାର ଦେଖିବାକୁ ମିଳୁଛି ।

ତେବେ ରିପୋର୍ଟରେ ପ୍ରକାଶ ପାଇଥିବା ଅନେକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ ମଧ୍ୟରୁ ଏମିତି ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ରିପୋର୍ଟ କହୁଛି ଯେ, ଉଦ୍ଧାର ହୋଇଥିବା 80% ଶିଶୁଙ୍କ ମଧ୍ୟରେ ଅଧିକାଂଶ 13 ରୁ 18 ବର୍ଷ ବୟସର କିଶୋର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ 13% 9 ରୁ 12 ବର୍ଷ ବୟସର । ସେହିପରି ଏଥିରେ 2 ପ୍ରତିଶତରୁ ଅଧିକ 9 ବର୍ଷରୁ କମ୍ ବୟର ଶିଶୁ ରହିଛନ୍ତି ।
ତେବେ ଗେମ୍ସ 24x7 ର ଡାଟା ସାଇନ୍ସ ଟିମ୍ ଦ୍ବାରା ପ୍ରକାଶ ହୋଇଥିବା ଏହି ତଥ୍ୟା ଗତ 2016 ରୁ 2022 ମସିହା ମଧ୍ୟରେ ଭାରତର 21ଟି ରାଜ୍ୟର 262ଟି ଜିଲ୍ଲାରେ ହୋଇଥିବା ଶିଶୁ ଚାଲାଣ ଉପରେ ପର୍ଯ୍ୟବେଶିତ ହୋଇଛି । ଅନୁସନ୍ଧାନରେ ପ୍ରତିଫଳିତ ହୋଇଥିବା ତଥ୍ୟ ଗୁଡିକ ସରକାର ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକୁ ଏହି ପରି ମାମଲାର ମୁକାବିଲା କରିବା ସମୟରେ ଉନ୍ନତ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରି ପାରିବ ।

ରିପୋର୍ଟ ଅନୁଯାୟୀ, ଯେଉଁ ଶିଳ୍ପରେ ସର୍ବାଧିକ ସଂଖ୍ୟକ ଶିଶୁ ଶ୍ରମିକ ନିୟୋଜିତ ହେଉଛନ୍ତି ହୋଟେଲ ଏବଂ ଢାବା (15.6%), ତା'ପରେ ମୋମ୍ ଏବଂ ପପ୍ ଅଟୋମୋବାଇଲ୍ କିମ୍ବା ପରିବହନ ଶିଳ୍ପ (13%) ଏବଂ ବସ୍ତ୍ର (11.18%) ରହିଛି । ସମସ୍ତ ଶିଳ୍ପଗୁଡିକରେ ଅଧିକାଂଶ ପିଲା (80%) 13 ରୁ 18 ବର୍ଷ ବୟସ ବର୍ଗରେ ଥିବା ଜଣାପଡିଛି ।

ଏହି ରିପୋର୍ଟରେ ବିଭିନ୍ନ ରାଜ୍ୟରେ ଶିଶୁ ଚାଲାଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଉତ୍ତରପ୍ରଦେଶରେ ଏହି ଘଟଣାରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ଘଟିଛି । ପ୍ରି-କୋଭିଡ୍ ପର୍ଯ୍ୟାୟରେ (2016-2019) 267 ରିପୋର୍ଟ ହୋଇଥିବା ବେଳେ କୋଭିଡ୍ ପରବର୍ତ୍ତୀ ପର୍ଯ୍ୟାୟରେ (2021-2022) ଏହି ସଂଖ୍ୟା 1214 କୁ ବୃଦ୍ଧି ପାଇଛି । ଏଥିସହ କର୍ଣ୍ଣାଟକରେ ପୂର୍ବରୁ ଓ ମହାମାରୀ ପରେ ଏହି ସଂଖ୍ୟା 18 ଗୁଣା ବୃଦ୍ଧି ଦେଖାଇଥିବା ବେଳେ ଘଟଣା ଗୁଡ଼ିକ 6 ରୁ 110 କୁ ବୃଦ୍ଧି ପାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+