ଏବେ ବି ହେଉଛି ଆସାମରେ ବାଲ୍ୟ ବିବାହ, ୩.୦୧୫ ଜଣ ହେଲେଣି ଗିରଫ
ଆସାମରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ । ବାଲ୍ୟ ବିବାହ ମାମଲାରେ ଗିରଫ ହେଲେଣି ୩.୦୧୫ ଜଣ ।

Assam Child Marriage Case: ଆସାମରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ । ବାଲ୍ୟ ବିବାହ ମାମଲାରେ ଗିରଫ ହେଲେଣି ୩.୦୧୫ ଜଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସର୍ମା । ସେ ଲେଖିଛନ୍ତି, ବାଲ୍ୟ ବିବାହକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୩.୦୧୫ ଜଣେ ଗିରଫ ହୋଇସାରିଲେଣି ।'
Our crackdown against child marriage has entered it's second week with 3,015 arrests made so far. The drive against this social evil will continue. The positive side is that now people are coming out and surrendering before police.
— Himanta Biswa Sarma (@himantabiswa) February 13, 2023
ବାଲ୍ୟ ବିବାହ ମାମଲାରେ, ହିନ୍ଦୁ ଏବଂ ମୁସଲମାନ ପୁରୋହିତମାନଙ୍କୁ ଗିରଫ କରାଯାଉଛି । ଯେଉଁମାନେ ସେଠାରେ ବାଲ୍ୟ ବିବାହ କରାଉଛନ୍ତି ସେମାନଙ୍କୁ ଗିରଫ କରାଯାଉଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ । ଆସାମ ପୋଲିସ ପାଖରେ ଏହି ମାମଲାରେ ୮ହଜାର ଅଭିଯୁକ୍ତଙ୍କ ତାଲିକା ରହିଛି ।
ସୋମବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସର୍ମା ଟୁଇଟ୍ କରି କହିଛନ୍ତି ଯେ, 'ବାଲ୍ୟ ବିବାହ ବିରୋଧରେ ଆମର କଟକଣା ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି ଏବଂ ଏପର୍ଯ୍ୟନ୍ତ ୩,୦୧୫ ଜଣଙ୍କୁ ଗିରଫ କରାଯାଇଛି । ଏହି ଅସାମାଜିକ କାର୍ଯ୍ୟ ବିରୋଧରେ ଏପରି ଅଭିଯାନ ଆଗକୁ ଜାରି ରହିବ । ଲୋକ ମାନେ ନିଜେ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି'। ପୂର୍ବରୁ ଫେବୃଆରୀ ୩ ରେ, ବାଲ୍ୟ ବିବାହ ବିରୁଦ୍ଧରେ ଏବଂ ବେଆଇନ ବିବାହ ପାଇଁ ହିନ୍ଦୁ ଏବଂ ମୁସଲମାନ ପୁରୋହିତଙ୍କ ସମେତ ୨,୦୪୪ ଲୋକଙ୍କୁ ଗିରଫ କରାଯାଇଥିଲା ।
ଆସାମ କ୍ୟାବିନେଟର ନିଷ୍ପତ୍ତି
ବାଲ୍ୟ ବିବାହ ବିରୋଧରେ ଏହି ଅଭିଯାନ କ୍ୟାବିନେଟର ନିଷ୍ପତ୍ତି ପରେ ଆରମ୍ଭ ହୋଇଛି । ସେଠାରେ ୧୪ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ Protection of Children from Sexual Offences-POCSO ଅଧିନିୟମ ଅନୁସାରେ ମାମଲା ଦାୟର କରିବାକୁ କ୍ୟାବିନେଟ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି Act ଅଧୀନରେ ଯେଉଁମାନେ ୧୪-୧୮ ବର୍ଷର ଝିଅଙ୍କ ବିବାହ କରାଉଛନ୍ତି ସେମାନଙ୍କୁ ଗିରଫ କରାଯାଉଛି । ଅନ୍ୟପକ୍ଷରେ ରାଜ୍ୟର ମହିଳାମାନେ ସେମାନଙ୍କ ସ୍ୱାମୀ ଓ ପୁଅଙ୍କ ଗିରଫଦାରୀକୁ ବିରୋଧ କରୁଛନ୍ତି ।












Click it and Unblock the Notifications