ଏହି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୧୨ ଜୀବନ

Chikkaballapur Road Accident: କର୍ଣ୍ଣାଟକର ଚିକ୍କାବାଲାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଦ୍ରୁତଗାମୀ ଏସୟୁଭି ରାସ୍ତାରେ ଅଟକି ରହିଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି ଏବଂ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ଘଟିଛି ।

ପୋଲିସର ସୂଚନାନୁସାରେ, ଆଜି ସକାଳ ୭ ଟା ୧୫ ମିନିଟରେ ଏନଏଚ୍ ୪୪ ଚତ୍ରାବତୀ ଟ୍ରାଫିକ୍ ପୋଲିସ ଷ୍ଟେସନ ସାମ୍ନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଖିଲା ଏସୟୁଭି । ଘଟଣା ସମୟରେ କାରରେ ଛିବା 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

 Accident News

ମୃତକଙ୍କ ମଧ୍ୟରେ 8 ଜଣ ପୁରୁଷ ଏବଂ 4 ଜଣ ମହିଳା ଥିବା ନେଇ ସୂଚନା ରହିଛି । କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି। କିନ୍ତୁ, ପ୍ରାଥମିକ ଅନୁସନ୍ଧାନ ଅନୁସାରେ ରାସ୍ତାରେ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଏହି ବିଷୟରେ କିଛି ଠୋସ୍ କୁହାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+