ବୁଲା କୁକୁର ମାମଲା: ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜର ନିର୍ଦେଶ

ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ତାଙ୍କ ପୂର୍ବ ଶୁଣାଣିରେ ବୁଲା କୁକୁରଙ୍କ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ। କେବଳ ଦୁଇଟି ରାଜ୍ୟ ସତ୍ୟପାଠ ଦାଖଲ କରିଥିବାବେଳେ ଅନ୍ୟ ରାଜ୍ୟଗୁଡିକ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଏଥିରେ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ଓ ତେଲଙ୍ଗାନାକୁ ବାଦ ଦେଇ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ନଭେମ୍ବର ୩ରେ ବ୍ୟକ୍ତିଗତଭାବେ ସୁପ୍ରିମକୋର୍ଟରେ ହାଜର ହେବେ ବୋଲି ନିର୍ଦେଶ ଦିଆଯାଇଛି।

Supreme Court

ଜଷ୍ଟିସ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଶୁକ୍ରବାର ମାମଲାର ଶୁଣାଣି କରାଯାଇଥିବାବେଳେ ଉପରୋକ୍ତ ନିର୍ଦେଶ ଦିଆଯାଇଛି। ଶୁଣାଣି ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାରୁ କ୍ଷାନ୍ତ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅନୁରୋଧ କରିଥିଲେ ସୁଦ୍ଧା ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଜଷ୍ଟିସ ବିକ୍ରମ ନାଥ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଏହି ପ୍ରଶାସନିକ ଅଧିକାରୀମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି। ତେଣୁ ବ୍ୟକ୍ତିଗତଭାବେ ଏଠାକୁ ଆସି କାହିଁକି ସତ୍ୟପାଠ ଦାଖଲ କରାଯାଇ ନାହିଁ, ସେ ସମ୍ପର୍କରେ ସେମାନେ କୈଫିୟତ ଦେବେ ବୋଲି ଜଷ୍ଟିସ ନାଥ ସ୍ପଷ୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+