ରାଜନାଥ ସିଂହଙ୍କୁ ଭେଟିଲେ ସିଡିଏସ ଅନୀଲ ଚୌହାନ
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣର ଦୋଷୀ ଓ ସେମାନଙ୍କ ପ୍ରେତ୍ସାହକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଭାରତ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ୟାନୁଷ୍ଠାନକୁ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଛି । ଏଥିପାଇଁ ଦିଲ୍ଲୀରେ ଘନ ଘନ ବୈଠକ ଚାଲିଛି । ସରକାର ବାରମ୍ବାର ତିନି ସେନା ସହ ଆଲୋଚନା କରୁଛନ୍ତି ।
୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆକ୍ରମଣରେ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଏବଂ ଜଣେ ନେପାଳୀ ନାଗରିକ ରହିଛନ୍ତି । ଆକ୍ରମଣଟି ଅପରାହ୍ନ ପ୍ରାୟ ୨:୦୦ ଟାରେ ବୈସାରଣ ଅଞ୍ଚଳରେ ହୋଇଥିଲା। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହି ଘଟଣା କାଶ୍ମୀରରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା, ଯେଉଁଥିରେ ୪୦ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନ ସହିଦ ହୋଇଥିଲେ।

ଆକ୍ରମଣ ପରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏପ୍ରିଲ ୨୩ ତାରିଖରୁ ପହଲଗାମରେ ଘଟଣାସ୍ଥଳରୁ ପ୍ରମାଣ ଖୋଜିବାକୁ ଜୋରଦାର କରିଛନ୍ତି। ତଦନ୍ତରେ NIA IG, DIG ଏବଂ SPଙ୍କ ନେତୃତ୍ୱରେ ଅଧିକାରୀ ମାନେ ସାମିଲ ଅଛନ୍ତି, ଯେଉଁମାନେ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛନ୍ତି।












Click it and Unblock the Notifications