Get Updates
Get notified of breaking news, exclusive insights, and must-see stories!

Maharashtra CM: ବିଜେପି ପାଖକୁ ଗଲା ମୁଖ୍ୟମନ୍ତ୍ରୀ ଆସନ ! କିଏ ହବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କିଏ ହେବେ ମହାୟୁତି ସରକାରର ନୂଆ ମଙ୍ଗୁଆଳ ? ମହାରାଷ୍ଟ୍ରର ନୂଆ କ୍ୟାପଟେନ କିଏ ସେ ନେଇ ସସପେନ୍ସ ଲାଗିରହିଥିବା ବେଳେ ମହାୟୁତି ସରକାରର ଶପଥ ଗ୍ରହଣ ଉତ୍ସବ ତାରିଖ ସାମ୍ନାକୁ ଆସିଛି । ଶନିବାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁମ୍ବାଇରେ ଡିସେମ୍ବର 5 ତାରିଖରେ ଗ୍ରାଣ୍ଡ୍ ସେମିମୋନି ଆୟୋଜିତ ହେବ । ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ନୂଆ ସରକାର ଶପଥ ଉତ୍ସବ ଅନୁଷ୍ଠିତ ହେବ ।

ତେବେ ଏନସିପି ନେତା ତଥା ବର୍ତ୍ତମାନର କାମଚଳା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି କି, "ଦିଲ୍ଲୀ ବୈଠକରେ ସ୍ଥିର ହୋଇଛି କି ବିଜେପିର ନେତା ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏବଂ ବାକି ଦୁଇ ଦଳ ଶିବସେନା- ସିନ୍ଦେଗୋଷ୍ଠୀ ଏବଂ ଏନସିପି-ଅଜିତ ପାଓ୍ବାର ଗୋଷ୍ଠୀର ନେତା ଉପମୁଖ୍ୟମନ୍ତ୍ରୀ ରହିବେ । ମହାରାଷ୍ଟ୍ରରେ ଖୁବଶୀଘ୍ର ସରକାର ଗଠନ ହେବ ।" ସେ ପୁଣି କହିଛନ୍ତି, ପୂର୍ବରୁ 1999ରେ ଏକ ମାସ ପରେ ସରକାର ଗଠନ ହୋଇଥିଲା ।କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନିଷ୍ପତ୍ତି ଆଜିଯାଏଁ ହୋଇନାହିଁ । କିନ୍ତୁ ଡିସେମ୍ବର ୫ରେ ଶପଥ ନେବେ ମହାୟୁତି ସରକାର । ମୁମ୍ବାଇ ଆଜାଦ ମୈଦାନରେ ଶପଥ ନେବ ନୂଆ ସରକାର । ବିଜେପି, ଶିବସେନା-ସିନ୍ଦେ ଗୋଷ୍ଠୀ ଏବଂ ଏନସିପି-ଅଜିତ ପାଓ୍ବାର ଗୋଷ୍ଠୀଙ୍କୁ ନେଇ ଗଠିତ ମହାୟୁତି ସରକାର ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ରରେ ପୁଣି ଥରେ ମ୍ୟାଜିକ୍ ନମ୍ବର ହାତେଇବାରେ ବାଜି ମାରିଛି । ମହାରାଷ୍ଟ୍ରରେ ଆସିଛି ମହାୟୁତି ସରକାରର ମହାସୁମାନୀ ।

ମରାଠା ରାଜ୍ୟରେ ଏକାକି ବିଜେପି 132ଟି ଆସନ ଜିତିଥିବା ବେଳେ ସହଯୋଗୀ ଶିବସେନା 57ଟି ଏବଂ ଏନସିପି 41ଟି ଆସନରେ ବିଜୟୀ ହୋଇଛନ୍ତି ।ସୂତ୍ର ମୁତାବାକ, ଡିସେମ୍ବର 2 ଏବଂ 3 ତାରିଖରେ ନିର୍ବାଚନରେ ବମ୍ପର ବିଜୟ ପରେ ପ୍ରଥମ ଥର ପାଇଁ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଧାୟକ ଦଳ ନେତା ବାଛିବେ ସମସ୍ତ ବିଧାୟକ । ତେବେ ଶିବସେନା ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ବାଛିସାରିଥିବା ବେଳେ ଏନସିପି ବିଧାୟକମାନେ ଅଜିତ ପାଓ୍ବାରଙ୍କୁ ମଧ୍ୟ ବିଧାୟକ ଦଳ ନେତା ବାଛି ସାରିଛନ୍ତି ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଞ୍ଝା-

ମହାୟୁତି ସରକାର ମ୍ୟାଜିକ୍ ନମ୍ବର ହାତେଇ ସାରି ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଛି ହେଲେ ଏଯାଏଁ ଛିଣ୍ଡିପାରୁନି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଙ୍କ । ଦେବେନ୍ଦ୍ର ଫଡନାଭିସଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମୁମ୍ବାଇରେ ପୋଷ୍ଟର ଏବଂ ବ୍ୟାନର ଲାଗାଇଲେଣି । ଏପଟେ ଏକନାଥ ସିନ୍ଦେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ମୋର ସର୍ବମାନ୍ୟ ।

ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ , ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏପଟେ ଶାହ ସମସ୍ତ ନେତାଙ୍କୁ ମହାବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦିନକୁ ଦିନ ସସପେନ୍ସ ବଢୁଥିବା ବେଳେ ସିନ୍ଦେ ଅସୁସ୍ଥତା ଦର୍ଶାଇ ନିଜ ଗାଁକୁ ଚାଲିଯାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବି ଗୋଟିଏ ପକ୍ଷ ଅସନ୍ତୁଷ୍ଟ ନାହାଁନ୍ତି ଏବଂ 3ଟି ଦଳ ଏକାଠି ଅଛନ୍ତି ବୋଲି କହିଛନ୍ତି ଫଡନାଭିସ । ଏପଟେ ବିରୋଧୀ ଏମଭିଏ ସରକାର ଗଠନରେ ବିଳମ୍ବ ଏବଂ ମୁଖ୍ୟମନ୍ତ୍ରୀ ଚୟନରେ ଦିନ ଗଡିବାକୁ ନେଇ ମହାୟୁତିକୁ କାଟାକ୍ଷ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+