ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଏହି ସ୍ଥାନ ହେବ ରାଜ୍ୟର ଦ୍ବିତୀୟ ରାଜଧାନୀ
ଆସାମର ୨ୟ ରାଜଧାନୀ ହେବ ଡିବ୍ରୁଡଗ। ଡିବ୍ରୁଗଡ଼କୁ ଆଗାମୀ ୩ ବର୍ଷ ଭିତରେ ରାଜ୍ୟର ଦ୍ବିତୀୟ ରାଜଧାନୀ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ରବିବାର ଘୋଷଣା କରିଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ହିମନ୍ତ ଜାତୀୟ ପତାକା ଉତ୍ତୋଳନ କରି କହିଛନ୍ତି, ପ୍ରଥମ ଥର ଲାଗି ଏହି ଐତିହାସିକ ସହରରେ ଆଜି ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଉଛି। ସରକାର ଡିବ୍ରୁଗଡ଼ ସହରରେ ଏକ ସ୍ଥାୟୀ ବିଧାନସଭା ନିର୍ମାଣ କରିବେ। ଉପର ଆସାମ ଦେଇ ଯାଇଥିବା ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ଅବବାହିକାରେ ଏହି କୋଠା ନିର୍ମାଣ କରାଯିବ। ଆଜି ଡିବ୍ରୁଗଡ଼ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିବସ। ଆଜିଠାରୁ ଏହି ସହର ରାଜ୍ୟର ୨ୟ ରାଜଧାନ ମାନ୍ୟତା ପାଇବାର ଯାତ୍ରା ଆରମ୍ଭ କରୁଛି। ସେହିପରି ତେଜପୁରଠାରେ ଏକ ରାଜଭବନ ନିର୍ମାଣ କରାଯିବ। ତେଜପୁରକୁ ଆସାମର ସାଂସ୍କୃତିକ ରାଜଧାନୀ ରୂପେ ବିକଶିତ କରାଯିବ। ଏହା ବ୍ୟତୀତ ସିଲଚାରରେ ଏକ ସଚିବାଳୟ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ହିମନ୍ତ କହିଛନ୍ତି।












Click it and Unblock the Notifications