ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ,ଏସଆଇଆର ରୋକିବାକୁ ....

ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ୍ଆଇଆରକୁ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟ ନିର୍ବାଚନ କମିଶନ୍ (ସିଇସି) ଜ୍ଞାନେଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଅଭିଯୋଗ କରିଛନ୍ତି ରାଜ୍ୟରେ ମତଦାନ ସୂଚୀର ଏସଆଇରର ବର୍ତ୍ତମାନ ପକ୍ରିୟା ବଳପୂର୍ବକ ଚାଲିଛି। ଯାହାକି ନାଗରିକଙ୍କ ଅଧିକାରକୁ ବିପଦରେ ପକାଇଛି। ସେ ଦାବି କରିଛନ୍ତି, ଏହି ପକ୍ରିୟା ଚିନ୍ତାଜନକ ଓ ବିପଦଜନକ ସ୍ତରରେ ପହଁଞ୍ଚି ଯାଇଛି। ସ୍ଥିତି ଖୁବ୍ ଖରାପ ହୋଇଛି ଓ ଏସଆଇଆର ପକ୍ରିୟାକୁ ରୋକି ଦିଆଯିବା ଦରକାର।

ମମତା ବାନାର୍ଜୀ ଲେଖିଛନ୍ତି ଯେ, ବିଏଲଓମାନଙ୍କୁ ଅତ୍ୟଧିକ କାମ ଦିଆଯାଉଛି। ଅନେକ ବିଏଲଓ (ଶିକ୍ଷକ, ଫ୍ରଣ୍ଟଲାଇନ୍ କର୍ମୀ) ସେମାନଙ୍କର ନିୟମିତ କର୍ତ୍ତବ୍ୟ ସହିତ ଘର ଘର ବୁଲି ସର୍ଭେ କରୁଛନ୍ତି। ସେମାନେ ସର୍ଭର ଫେଲୁୟର, ତଥ୍ୟରେ ତାଳମେଳର ଅଭାବ ଏବଂ ସୀମିତ ଅନଲାଇନ୍ ସହାୟତାର ସମ୍ମୁଖୀନ ହେଉଛନ୍ତି। ବିଳମ୍ବ ପାଇଁ ସେମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଉଛି। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଛି। ଭୟରେ ଅନେକ BLO ଭୁଲ ତଥ୍ୟ ଦାଖଲ କରୁଛନ୍ତି। ଜଲପାଇଗୁଡ଼ିର ମାଲଠାରେ ବିଏଲଓ ଭାବରେ କାର୍ଯ୍ୟ କରୁଥିବା ଜଣେ ଅଙ୍ଗନୱାଡି କର୍ମୀ SIR ସହିତ ଜଡିତ ଚାପ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ବୋଲି ମଧ୍ୟ ମମତା ଅଭିଯୋଗ କରିଛନ୍ତି । ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଆହୁରି ଅନେକ ମୃତ୍ୟୁ ରିପୋର୍ଟ ହୋଇଛି। ତିନି ବର୍ଷର ସଂଶୋଧନ ପ୍ରକ୍ରିୟାକୁ ତିନି ମାସରେ କରିବା ବିପଜ୍ଜନକ ଏବଂ ଭୋଟର ତାଲିକାର ବିଶ୍ୱସନୀୟତାକୁ ବିପଦରେ ପକାଇପାରେ ବୋଲି ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, ଏସଆଇଆରକୁ ତୁରନ୍ତ ବନ୍ଦ କରାଯାଉ। ନିର୍ବାଚନ କମିଶନ ଜବରଦସ୍ତି ରଣନୀତି ଏବଂ ଧମକ ଦେବା ବନ୍ଦ କରିବା ଉଚିତ। ଉପଯୁକ୍ତ ତାଲିମ, ସମର୍ଥନ ଏବଂ ସମୟସୀମା ସଂଶୋଧନ କରିବା ଦରକାର । ଆଗକୁ ବଢ଼ିବା ପୂର୍ବରୁ ପଦ୍ଧତିକୁ ପୁନଃ ସମୀକ୍ଷା କରନ୍ତୁ ଏବଂ ସଂଶୋଧନ କରନ୍ତୁ। ଯଦି ଏହାକୁ ଏବେ ସଂଶୋଧନ କରା ନ ଯାଏ, ତେବେ ଏହା ଗଣତନ୍ତ୍ରକୁ ଦୁର୍ବଳ କରିଦେବ।

mamata

ସେ ଧାନ ଅମଳ ଋତୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, 'ପଶ୍ଚିମବଙ୍ଗରେ ଧାନ ଅମଳ ବର୍ତ୍ତମାନ ଜୋରସୋରରେ ଚାଲିଛି । ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିବ। ସେହି ସମୟରେ, ରବି ଫସଲ, ବିଶେଷକରି ଆଳୁ ଚାଷ ଚାଲିଛି । ଏକ ସମୟ-ନିର୍ଭରଶୀଳ କୃଷି କାର୍ଯ୍ୟ। ଏହି ସମୟରେ, ଲକ୍ଷ ଲକ୍ଷ ଚାଷୀ ଏବଂ ଶ୍ରମିକ କ୍ଷେତରେ ବ୍ୟସ୍ତ ରହୁଛନ୍ତି । ଏହି ସମୟରେ ସେମାନେ ବାହାରକୁ ଯାଇ ଏସଆଇଆର ସମ୍ବନ୍ଧୀୟ ନିଜ ନିଜର କାର୍ଯ୍ୟ କରିବା ଅସମ୍ଭବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+