ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବଡ଼ ବୟାନ, କହିଲେ ତାମିଲନାଡୁରେ ହିନ୍ଦୀ ପାଇଁ କୌଣସି ସ୍ଥାନ ନଥିଲା, ନାହିଁ ଏବଂ କେବେ ହେବ ନାହିଁ

ହିନ୍ଦି ଭାଷାକୁ ନେଇ ଏତେ ଘୃଣା କାହିଁକି ? ଏହି ପ୍ରଶ୍ନ ସେତେବେଳେ ଉଠୁଛି, ଯେତେବେଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ହିନ୍ଦି ଭାଷା ନା କେବେ ଏଠି ଥିଲା, ନା ଅଛି, ନା ରହିବ । ଏବେ ଷ୍ଟାଲିଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରବିବାର ଦିନ, ରାଜ୍ୟର ଶାସକ ଡିଏମକେ ଚେନ୍ନାଇରେ ''ଭାଷା ସହିଦ'' ଦିବସ ପାଳନ କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅତୀତରେ ''ହିନ୍ଦୀ ବିରୋଧୀ ଆନ୍ଦୋଳନ'' ସମୟରେ ପ୍ରାଣ ହରାଇଥିବା ରାଜ୍ୟର ''ଭାଷା ସହିଦ'' ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଉ କହିଥିଲେ, ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଏ ଏବଂ ଏଥିରେ କୌଣସି ସ୍ଥାନରେ କେବଳ ହିନ୍ଦୀ ପଢ଼ାଯିବା ଉଚିତ ବୋଲି କୁହାଯାଇ ନାହିଁ ।

statemen

ଷ୍ଟାଲିନ୍ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'X' ରେ ଲେଖିଛନ୍ତି, ତାମିଲନାଡ଼ୁରେ ହିନ୍ଦୀ ପାଇଁ କୌଣସି ସ୍ଥାନ ନାହିଁ, ସେତେବେଳେ ନଥିଲା, ଏବେ ନାହିଁ ଏବଂ କେବେ ହେବ ନାହିଁ ।" ସେ ଆହୁରି ଲେଖିଛନ୍ତି, "ଯେଉଁ ରାଜ୍ୟ ନିଜ ଭାଷାକୁ ଜୀବନ ଭଳି ଭଲ ପାଏ, ସେ ଏକତ୍ରିତ ହୋଇ ହିନ୍ଦୀ ଭାଷା ଲାଗୁ କରିବା ବିରୁଦ୍ଧରେ ଲଢ଼ିବା ଉଚିତ । କେନ୍ଦ୍ରର ଏନଡିଏ ସରକାର ଏବଂ ରାଜ୍ୟର ଡିଏମକେ ସରକାରଙ୍କ ମଧ୍ୟରେ ହିନ୍ଦୀକୁ ନେଇ ଦୀର୍ଘ ଦିନ ଧରି ବିବାଦ ରହିଛି, ଯଦିଓ ଏହାର ମୂଳ ଅତୀତରେ ରହିଛି । ତଥାପି ଡିଏମକେ ସଭାପତି ଷ୍ଟାଲିନ ବାରମ୍ବାର ଅଭିଯୋଗ କରିଛନ୍ତି ଯେ ତାମିଲନାଡୁ ଉପରେ ହିନ୍ଦୀ ଥୋପିବାକୁ ଚେଷ୍ଟା କରାଯାଉଛି ଏବଂ ସେ ଏହାକୁ ବିରୋଧ କରି ଚାଲିବେ ।

ତାମିଲନାଡୁରେ, ହିନ୍ଦୀ ବିରୋଧୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କୁ ଭାଷା ଶହୀଦ କୁହାଯାଏ । ଆଜି ମଧ୍ୟ ଏହି ଦକ୍ଷିଣ ରାଜ୍ୟ ଦୁଇଟି ଭାଷାକୁ ଅନୁସରଣ କରେ । ତାହା ହେଉଛି ତାମିଲ ଏବଂ ଇଂରାଜୀ । ତେବେ କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପରେ ଏହି ପ୍ରସଙ୍ଗ ପୁଣି ଥରେ ଉଠିଛି । ତାମିଲନାଡୁ ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିନାହାଁନ୍ତି । ଡିଏମକେ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ଏହି ନୀତି ମାଧ୍ୟମରେ ହିନ୍ଦୀକୁ ଥୋପିବାକୁ ଚେଷ୍ଟା କରୁଛନ୍ତି । ଆଉ ଅନ୍ୟପଟେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାମିଲନାଡୁ ସରକାର ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି । "ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦିଏ ଏବଂ ଏଥିରେ କୌଣସି ସ୍ଥାନରେ ଲେଖା ନାହିଁ ଯେ କେବଳ ହିନ୍ଦୀ ପଢ଼ାଯିବା ଉଚିତ ।" ତେବେ ଷ୍ଟାଲିନଙ୍କ ଏହି ଭାଷା ବିରୋଧୀ ଆଭିମୁଖ୍ୟ ଆଗାମୀ ଦିନରେ ବଡ଼ ରାଜନୈତିକ ଅସ୍ତିରତା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+