ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ଭେଟିଲେ
ଧସିଲା ପାହାଡ, ବନ୍ଦ ହେଲା ରାସ୍ତା । ପାହାଡ ଧସିବା କାରଣରୁ ଜାତୀୟ ରାଜପଥ ବନ୍ଦ । କର୍ଣ୍ଣାପ୍ରୟାଗ ନିକଟରେ ପାହାଡର ବଡ ବଡ ପଥର ଖଣ୍ଡ ରାସ୍ତାରେ ପଡିଥିବାରୁ ଋଷିକେଶ-ବଦ୍ରିନାଥ ହାଇୱେ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶ୍ୱରେ ବଡ ବଡ ଗାଡି ଅଟକି ରହିଛି । ତେବେ ଗତକାଲି ପ୍ରବଳ ବର୍ଷା ପରେ ସ୍ଥିତି ଏମିତି ହୋଇଛି । କିଛି କିଛି ସ୍ଥାନରେ ପାହାଡ ଧସିବା ସହ ରାସ୍ତା ବି ଧୋଇ ଯାଇଛି । ଲଗାଣ ବର୍ଷା ବିପଦକୁ ଡାକି ଆଣିବା ପରେ ଏବେ ରାଜପଥ ଉପରେ କାର, ଟ୍ରକ୍ ଅଟକି ରହିଛି ।
ସେହିପରି ଗତକାଲି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ହିମସ୍ଖଳନ ହୋଇଥିଲା । ଉଚ୍ଚ ସୀମାନ୍ତ ଗ୍ରାମ ମାନା ନିକଟରେ ପ୍ରବଳ ହିମସ୍ଖଳନ ଯୋଗୁ ଭୟାନକ ସ୍ଥିତି ଉପୁଜିଛି । ବିଆରଓର ୫୭ ଜଣ ଶ୍ରମିକ ବରଫ ଅତଡ଼ା ତଳେ ଫସି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୮ ଜଣ ଏବେବି ବରଫ ତଳେ ଫସି ରହିଛନ୍ତି ।

ଆଉ ଆଜି ଏହି ଭୟଙ୍କର ହିମସ୍ଖଳନ ଘଟଣାରେ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲିକପ୍ଟର ଯୋଗେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମାନା ଗାଁର ସେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଦେଖିଛନ୍ତି । ତା ସହ ମୁଖ୍ୟମନ୍ତ୍ରୀ ଯୋଶୀମଠ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications