ମୁଖ୍ୟମନ୍ତ୍ରୀ ଦେଖିବେ ବିଶ୍ବ ପ୍ରସିଦ୍ଧ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିବେ ମୁଖ୍ୟମନ୍ତ୍ରୀ। ଏହା ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ। ବରଗଡ଼ର ଧନୁଯାତ୍ରା ଦେଖିବା ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ ସେ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟି ମହଲରେ ଖୁସିର ଲହରି ଦେଖାଯାଇଛି।
ଏହାର କାରଣ ହେଲା ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ଯୋଗଦେବେ। ବରଗଡ଼ ଧନୁଯାତ୍ରାରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୨ରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୧୯୯୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୧୯୭୦ରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଇଥିଲେ।

ଆଗାମୀ ଧନୁଯାତ୍ରରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା ପରେ ବିଧାୟକଙ୍କର ଅନୁରୋଧକୁ ରକ୍ଷା କରି ସୋହେଲା ଠାରେ ଇନ୍ପୁଟ୍ ସହାୟତା ରାଶି ବଣ୍ଟନ ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବରଗଡ଼ ଧନୁଯାତ୍ରାରେ ଯୋଗ ଦେବା ପାଇଁ ଘୋଷଣା କରିଥିଲେ।












Click it and Unblock the Notifications