ଗୁଜୁରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ମଦମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଗୁଜୁରାଟର ଭେରାଭାଲ ସହର ନିକଟରେ ଥିବା ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।
ସୁରଟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଗୁଜୁରାଟର ଭେରାଭାଲ ସହର ନିକଟରେ ଥିବା ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଗୁଜୁରାଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ଅବସରରେ ଦର୍ଶନ କରିଛନ୍ତି ଆମ ଆଦମୀ ପାର୍ଟିର ମୁଖ୍ୟ ।
ଆପ୍ ର ଜାତୀୟ ଆବାହକ କହିଛନ୍ତି ଯେ, ସେ ଦେଶର ପ୍ରଗତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ରାଜ୍ୟରେ ନକଲି ମଦ ପିଇ 21 ଜଣଙ୍କ ମୃତ୍ୟୁରେ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି।

ମୁଁ ଗୁଜୁରାଟର ପ୍ରଗତି, ଆମ ଦେଶର ପ୍ରଗତି, ଶାନ୍ତି ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲି । ମଦ ମୃତ୍ୟୁ ଘଟଣାରେ ମୃତକଙ୍କ ଆତ୍ମା ଶାନ୍ତି ପାଇବା ସହ ଚିକିତ୍ସିତ ବ୍ୟକ୍ତିମାନେ ଶୀଘ୍ର ଭଲ ହୁଅନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି। ଏହାପରେ ଆପ୍ ନେତା ବ୍ୟବସାୟୀମାନଙ୍କ ସହ ବୈଠକ କରିବାକୁ ରାଜକୋଟ ଅଭିମୁଖେ ଯାଇଥିଲେ। ରାଜକୋଟରୁ ସେ ଭାବନଗରର ଡାକ୍ତରଖାନା ପରିଦର୍ଶନ କରିବେ। ଯେଉଁଠାରେ ନକଲି ମଦ ପିଇ ଏବେ ବି କିଛି ଲୋକ ଚିକିତ୍ସିତ ହେଉଛନ୍ତି। କେଜ୍ରିୱାଲ ସୋମବାର ଗୁଜୁରାଟର ହୁଚ୍ ଦୁଃଖଦ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ରାଜ୍ୟରେ ବେଆଇନ ମଦ ବିକ୍ରି କରୁଥିବା ଲୋକମାନେ ରାଜନୈତିକ ସୁରକ୍ଷା ଉପଭୋଗ କରୁଛନ୍ତି। ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାମରେ ତଦନ୍ତ ଦାବି କରିଛନ୍ତି।
ସୂଚନା ଥାଉକି, ଅରବିନ୍ଦ କେଜ୍ରିୱାଲ ଦୁଇ ସପ୍ତାହ ମଧ୍ୟରେ ଗୁଜୁରାଟରେ ଏହା ତାଙ୍କର ଦ୍ବିତୀୟ ଗସ୍ତ । ଗତ ଗୁରୁବାର ସୁରତ ପରିଦର୍ଶନରେ କେଜ୍ରିୱାଲ ଆସିଥିଲେ । ଏହି ଗସ୍ତ ସମୟରେ ଚଳିତ ବିଧାନସଭା ନିର୍ବାଚନରେ ଆପ କ୍ଷମତାକୁ ଆସିଲେ ରାଜ୍ୟରେ 300 ୟୁଟିନ ବିଦ୍ୟୁତ ମାଗଣାରେ ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି । ଏହା ପୂର୍ବରୁ ଗତ ମେ 11ତାରିଖରେ ରାଜକୋଟ ସ୍ଥିତ ଶାସ୍ତ୍ରୀ ମୈଦାନରେ ଅନୁଷ୍ଠିତ ସାଧାରଣ ବୈଠକକୁ ସମ୍ବୋଧନ କରିଥିଲେ ।












Click it and Unblock the Notifications