ଚା ଷ୍ଟଲକୁ ଯାଇ ଚା ତିଆରି କଲେ ମୁଖ୍ୟମନ୍ତ୍ରୀ

ଜୟପୁର:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା ମଙ୍ଗଳବାର ଦିନ ଜୟପୁରରୁ ଭାରତପୁର ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ସେ ଡାଉସା ଜିଲ୍ଲାର ପିପାଲକି ଗ୍ରାମ ନିକଟ ମହାଦେବ ଚା ଷ୍ଟଲରେ ରହିଥିଲେ । ସେ ସେଠାରେ ଥିବା ଚା ଷ୍ଟଲରେ ଚା ତିଆରି କରିଥିଲେ ଏବଂ ସେଠାରେ ବସି ଚା ପିଇଥିଲେ । ଚା ଦୋକାନୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା ୫୦୦ ଟଙ୍କା ଦେଇଛନ୍ତି । ଏଠି ଚା ପିଇବା ପରେ ସେ ଭରତପୁର ଅଭିମୁଖେ ଯାତ୍ରା କରିଥିଲେ ।

ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା କିଛି ଦିନ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଜୟପୁରକୁ ଫେରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଭଜନଲ ଶର୍ମାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ ଥିଲା । ସିଏମଙ୍କ ଦିଲ୍ଲୀ ଗସ୍ତ ଯୋଗୁଁ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆଲୋଚନା ରାଜନୈତିକ ମହଲରେ ଅଧିକ ହେବାରେ ଲାଗିଛି । ସିଏମ ଦିଲ୍ଲୀରେ ରହିବା ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଜେପି ସଭାପତି ଜେପି ନାଡାଙ୍କ ସମେତ ବହୁ ବରିଷ୍ଟ ନେତା ତଥା କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ ।

ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ଏହି ସରଳ ମନଭାବନାକୁ ଗ୍ରାମବାସୀ ବହୁତ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ମୟରେ ତାଙ୍କୁ ଅନେକ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଏହି ସମୟ ମଧ୍ୟରେ ସେ ଏକ ଚା ଦୋକାନ ଦେଖିବା ପରେ ଅଟକି ଯାଇଥିଲେ , ଆଉ ଚା ଦୋକାନିଙ୍କୁ ଚା ତିଆରି କରିବା ପାଇଁ କହିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନିଜେ ଚା ତିଆରି କରିବା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ର ନିଜ କର୍ମକର୍ତ୍ତାଙ୍କ ସହ ସହ ଚା ପିଇଥିଲେ କେବଳ ଏତିକି ନୁହେଁ, ସେ ଚା ପିଇବା ପରେ ମଧ୍ୟ ଚା ଦୋକାନୀଙ୍କୁ ୫୦୦ ଟଙ୍କା ଦେଇଥିଲେ ।

 cm in tea stall

ସିଏମ ଭଜନ ଲାଲଙ୍କ ଦିଲ୍ଲୀ ଗସ୍ତ ତାଙ୍କର କ୍ୟାବିନେଟ ସମ୍ପ୍ରସାରଣ କରିବା ସହ ଜଡିତ ଅଛି । ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ବିଜେପି ରାଷ୍ଟ୍ରୀୟଧ୍ୟକ୍ଷଙ୍କୁ ଭେଟିଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସହ ହୋଇଥିବା ବୈଠକରେ ଭଜନଲାଲଙ୍କ କ୍ୟାବିନେଟ ସମ୍ପ୍ରସାରଣ ଉପରେ ଆଲୋଚନା ହୋଇଥିବା ଜଣାପଡିଛି । ଆଉ ବୈଠକ ପରେ ନୂତନ କ୍ୟାବିନେଟର ସମ୍ଭାବ୍ୟ ଚେହେରାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ କ୍ୟାବିନେଟକୁ ବିସ୍ତାର କରାଯାଇପାରେ ବୋଲି ବିଶ୍ୱାସ ମଧ୍ୟ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+