ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କହିଲେ ମୁଖ୍ୟ ବିଚାରପତି
ଆଜି ମୁଖ୍ୟ ବିଚାତପତି ବି.ଆର. ଗଭାଇଙ୍କୁ ଜୋତା ମାଡ଼ କରିବାକୁ ଉଦ୍ୟମ କରାଯାଇଥିଲା। ଶୁଣାଣି ଚାଲିଥିବା ବେଳେ ଜୋତା ଫିଙ୍ଗିଥିଲେ ଓକିଲ। ତେବେ ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିନେଇଥିଲା। ହେଲେ କାବୁ କରାଯାଇଥିବା ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତାଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ଏଭଳି କରିବା ପାଇଁ ମୁଖ୍ୟ ବିଚାତପତି ବି.ଆର. ଗଭାଇ କହିଥିବା ସାମ୍ନାକୁ ଆସିଛି।

କୋର୍ଟରୁମ୍ ଭିତରେ ଘଟିଥିବା ଘଟଣାକୁ ଭୁଲିଯାଇ ଜୋତା ଫିଙ୍ଗିଥିବା ଓକିଲଙ୍କୁ ଛାଡ଼ିଦେବାକୁ ମୁଖ୍ୟ ବିଚାତପତି ବି.ଆର. ଗଭାଇ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓକିଲ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ବି.ଆର. ଗଭାଇଙ୍କ ସମ୍ମୁଖରେ କୋର୍ଟରେ ହଙ୍ଗାମା କରିବାକୁ ଚେଷ୍ଟା କରିଥିଲେ। ସେ ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଜୋତାଟି ବି.ଆର. ଗଭାଇଙ୍କ ଟେବୁଲରେ ମାଡ଼ ହୋଇ ତଳେ ପଡ଼ିଯାଇଥିଲା। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ଓକିଲଙ୍କୁ ତୁରନ୍ତ ଅଟକ ରଖିଥିଲା। ଅଭିଯୁକ୍ତଙ୍କୁ କୋର୍ଟରୁମ୍ରୁ ବାହାରକୁ ନିଆଯାଉଥିବା ବେଳେ ସେ କହିଥିଲେ, "ସନାତନର ଅପମାନ ସହିବୁ ନାହିଁ।" ତେବେ ଏଭଳି ସେ କାହିଁକି କହିଥିଲେ, ତାହା ସାମ୍ନାକୁ ଆସିନାହିଁ। ଜଷ୍ଟିସ ଗଭାଇ ସମଗ୍ର ଘଟଣା ଘଟିବା ସମୟରେ ଶାନ୍ତ ରହିଥିଲେ ଏବଂ କୋର୍ଟ କାର୍ଯ୍ୟ ଯଥାରୀତି ଜାରି ରହିଥିଲା। ଘଟଣା ଘଟିବା ପରେ ସେ କହିଥିଲେ ଯେ, "ଏହି ଜିନିଷଗୁଡ଼ିକ ମୋ ଉପରେ ପ୍ରଭାବ ପକାଏ ନାହିଁ।"
ଘଟଣା ଘଟିବା ପରେ ଉପସ୍ଥିତ ଅନ୍ୟ ଓକିଲ ଏବଂ ମହକିଲମାନଙ୍କୁ ବି.ଆର. ଗଭାଇ କହିଥିଲେ, "ଏସବୁ ଦେଖି ବିଚଳିତ ହୁଅନ୍ତୁ ନାହିଁ। ମୁଁ ବିଚଳିତ ହେଉନାହିଁ। ଏହି ଜିନିଷଗୁଡ଼ିକ ମୋତେ ପ୍ରଭାବିତ କରେ ନାହିଁ।"












Click it and Unblock the Notifications