ଦେଶର ୪ଟି ହାଇକୋର୍ଟରେ ନିଯୁକ୍ତି ପାଇଲେ ମୁଖ୍ୟ ବିଚାରପତି: ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଆଇନ ମନ୍ତ୍ରୀ
ଆଜି ଦେଶର ୪ଟି ହାଇକୋର୍ଟରେ ନିଯୁକ୍ତି ପାଇଲେ ମୁଖ୍ୟ ବିଚାରପତି ।

Hight Courts Chief Justices:ଆଜି ଦେଶର ୪ଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । ଏନେଇ ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ନୂତନ ନିଯୁକ୍ତି ଘୋଷଣା କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ଗିରିଧର ଗୋକାନିଙ୍କୁ ବର୍ତ୍ତମାନ ଏହାର ମୁଖ୍ୟ ବିଚାରପତି ଭାବେ ଦାୟତ୍ୱ ଦିଆଯାଛି ।
As per the relevant provisions under the Constitution of India, the following Judges are appointed as Chief Justices of different High Courts.
— Kiren Rijiju (@KirenRijiju) February 12, 2023
I extend best wishes to all of them ! pic.twitter.com/44kst99EPs
ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଅରବିନ୍ଦ କୁମାରଙ୍କର ସୁପ୍ରିମକୋର୍ଟରେ ଉନ୍ନୀତ ହେବା ପରେ ସୋନିଆ ଗିରିଧର ଗୋକାନି ଶୁକ୍ରବାର ଦିନ ଗୁଜୁରାଟ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି । ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟ୍ଟା ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଚଳିତ ମାସ ଆରମ୍ଭରେ ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ମେହେଟ୍ଟାଙ୍କୁ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ ।
ତ୍ରିପୁରା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଜସୱନ୍ତ ସିଂଙ୍କୁ ଦାୟିତ୍ୱ ମିଳିଛି । ଜାନୁଆରୀ ୨୫ ରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଜସୱନ୍ତ ସିଂଙ୍କୁ ତ୍ରିପୁରା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ।
ଏହାପୂର୍ବରୁ ଜଷ୍ଟିସ ଜସୱନ୍ତ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିବାକୁ କଲେଜିୟମ ସୁପାରିଶ କରିଥିଲେ । ଏହା ପୂର୍ବରୁ ୨୫ ଜାନୁଆରୀରେ ଏକ ବିବୃତ୍ତିରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ତ୍ରିପୁରା ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି କରିବା ପାଇଁ ସୁପାରିସ କରାଯାଇଥିସା । ଗୌହାଟି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏନ କୋଟିଶ୍ୱର ସିଂଙ୍କୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications