ମତଦାନରେ ଓ୍ୱାର୍ଲ୍ଡ ରେକର୍ଡ କଲା ଭାରତ
Lok Sabha Election 2024: ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ପ୍ରେସମିଟ୍ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଏଥର ଲୋକସଭା ନିର୍ବାଚନରେ 64.2 କୋଟି ଲୋକ ଭୋଟ୍ ଦେଇଛନ୍ତି। ଦୁନିଆର ସମସ୍ତ ଦେଶ ତୁଳନାରେ ଭାରତରେ ଏଥର ସର୍ବାଧିକ ଭୋଟିଂ ହୋଇଛି । ଏହି ନିର୍ବାଚନରେ 31 କୋଟି ମହିଳା ଏବଂ 33 କୋଟି ପୁରୁଷ ଭୋଟ୍ ଦେଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ଚଳିତବର୍ଷ ଭୋଟିଂରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି । ଭାରତରେ ୬୪୨ ନିୟୁତ ମତଦାତା ଅଛନ୍ତି । ଯାହା ବିଶ୍ୱରେ ଥିବା ୨୭ଟି ଦେଶର ଭୋଟରଙ୍କ ତୁଳନାରେ ପାଞ୍ଚ ଗୁଣ ଅଧିକ । ଏଥର ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି । ଏଥର ମତଦାନରେ ଭାରଚ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ।












Click it and Unblock the Notifications