ଚିକେନ ଖାଇ ଗଲାଣି ୨୧ ଜୀବନ ! ଖାଉଥିଲେ ହୁଅନ୍ତୁ ସତର୍କ

ଆପଣଙ୍କୁ ଚିକେନ୍‌ ପସନ୍ଦ କି? ଯଦି ନିୟମିତ ଭାବେ ଆପଣ ଚିକେନ୍‌ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ । ତୁରନ୍ତ ଚିକେନ୍‌ ଖାଇବା ବନ୍ଦ କରି ଦିଅନ୍ତୁ । ଏଥିପାଇଁ ଖୋଦ୍‌ ସରକାର କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଚିକେନ ନେଲାଣି ୨୧ ଜଣଙ୍କ ଜୀବନ ।

Chicken
ମହାରାଷ୍ଟ୍ରରେ ଏବେ ଆତଙ୍କ ଖେଳାଇଛି ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ । ଜିବିଏସ ନାମକ ଏହି ଭାଇରସରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ୨୧ ଜଣଙ୍କ ଜୀବନ ମଧ୍ୟ ଗଲାଣି । ଅନ୍ୟପଟେ ଶହ ଶହ ଲୋକ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବଢୁଥିବା ଏହି ମାମଲାକୁ ଦୃଷ୍ଟିରେ ରଖି ପ୍ରଶାସନ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କମ୍ ରନ୍ଧା ହୋଇଥିବା ଚିକେନରୁ ମିଳିଥାଏ ଏହି ଭାଇରସ୍ । ତେଣୁ କମ ରନ୍ଧା ଚିକେନ୍ ଖାଇବାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ଜିବିଏସ ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ ଜନସାଧାରଣଙ୍କୁ ସଫାସୁତୁରା ରହିବା ସହ ଖାଦ୍ୟ ପ୍ରତି ଯତ୍ନ ନେବାକୁ ଏବଂ ଚିକେନକୁ ଠିକ୍ ଭାବରେ ରାନ୍ଧି ଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ । ତେବେ ସରକାରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଜିବିଏସ ପରିସ୍ଥିତି ନିୟନ୍ତ୍ରଣରେ ଅଛି । କିନ୍ତୁ ସତର୍କ ରହିବା ନିହାତି ଜରୁରୀ ବୋଲି କହିଛନ୍ତି ସରକାର । ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ଏହି ରୋଗ ଉପରେ ନଜର ରଖିଛନ୍ତି ଏବଂ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+