ମାତ୍ର ୧ ଟଙ୍କାରେ ମିଳୁଛି ଚିକେନ୍ ବିରିୟାନି ! ହୋଟେଲ ଆଗରେ ପ୍ରବଳ ଭିଡ, ଦଳାଚକଟା ପରିସ୍ଥିତି

Chicken Biryani in Rs 1: ମାତ୍ର ୧ ଟଙ୍କାରେ ମିଳୁଛି ଚିକେନ୍ ବିରିୟାନି । ଆପାଣ ନିଶ୍ଚୟ ଶୁଣି ଆଶ୍ଚର୍ଯ୍ୟ ହୋଇସାରିଥିବେ । କେଉଁଟି ଏହି ବିରିୟାନି ଦୋକାନ , କିଏ ଦେଉଛି ଏକ ଟଙ୍କାରେ ବିରିୟାନି, ଏତେ ଶସ୍ତାରେ କେମିତି ମିଳୁଛି ବିରିୟାନି । ଆପଣଙ୍କ ମନରେ ଏବେ ଏହି ସବୁ ପ୍ରଶ୍ନ ଏବେ ଉଙ୍କି ମାରୁଥିବ ।

ବେଶି ଡେରି ନ କରି ଆମେ ଆପଣଙ୍କ ମନରେ ଉଙ୍କି ମାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଦେଉଛୁ । ବାସ୍ତବରେ ଏହି ଘଟଣାଟି ଗତକାଲି (ଶନିବାର) ତେଲେଙ୍ଗାନାର କରିମନଗରର ଏକ ସ୍ଥାନୀୟ ହୋଟେଲରେ ଘଟିଛି । ହୋଟେଲର ଉଦଘାଟନ ଅବସରରେ କେବଳ ଏକ ଟଙ୍କାରେ ଚିକେନ୍ ବିରିୟାନି ମିଳୁଥିଲା । ଫଳରେ ମାତ୍ର ୧ ଟଙ୍କାରେ ଅଫର ପରେ ପ୍ରବଳ ଭିଡ଼ ଓ ଦଳାଚକଟା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Chicken Biryani

ହୋଟେଲର ଅଫର ଥିଲା ଯେଉଁମାନେ ମୁଣ୍ଡ ପିଛା ୧ ଟଙ୍କିଆ ନୋଟ୍ ଆଣିଥିଲେ ସେମାନଙ୍କୁ ବିରିୟାନି ଏବଂ କେବଳ ଗୋଟିଏ ବିରିୟାନୀ ଯୋଗାଇ ଦିଆଯାଉଥିଲା । ଏହା ଜାଣିବା ପରେ ସେଠାରେ ଲୋକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା ।

ମାତ୍ର ଟଙ୍କାଟାରେ ଚିକେନ୍ ବିରିୟାନି ମିଳୁଛି ଖବର ଚାହୁଁଚାହୁଁ ପୁରା ସହରରେ ପ୍ରଚାର ହୋଇଗଲା । ଏହାପରେ ଦେଖିବାର ଥିଲା ସେଠିକାର ଭିଡ । ପାର୍ସଲ ସମେତ ଶତାଧିକ ପ୍ଲେଟ୍ ବିରିୟାନୀ ଲୋକଙ୍କୁ ଦିଆ ଯାଇଥିଲା। ତେବେ ରିହାତି ବିରିୟାନିର ମଜା ନେବାର ଏକ ଆକର୍ଷଣୀୟ ସୁଯୋଗ ଯାହା ଥିଲା ତାହା ଏକ ବିଶୃଙ୍ଖଳିତ ପରିସ୍ଥିତିକୁ ନିମନ୍ତ୍ରଣ କରିଥିଲା । ପ୍ରବଳ ଭିଡ଼ ପରେ ହୋଟେଲ କର୍ମଚାରୀ ବାଧ୍ୟ ହୋଇ ସଟର ବନ୍ଦ କରିଦେଇଥିଲେ। ଉତ୍ତେଜନା ବଢ଼ୁଥିବାରୁ ତେଲେଙ୍ଗାନା ଛକ ନିକଟରେ ଖୋଲିଥିବା ଏମ୍ପାୟାର ହୋଟେଲର ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ଏହି ଅଫରକୁ ବନ୍ଦ କରିଦେଇଥିଲେ। କେବଳ ଏତିକି ନୁହେଁ ହୋଟେଲ ସାମ୍ନାରେ ଏତେ ଭିଡ ଜମିଥିଲା ଯେ, ଟ୍ରାଫିକ୍ ଜାମ ହୋଇଥିଲା । ପୁଲିସ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+