1000% ଫିଟ୍ ଅଛନ୍ତି ଭାଇ...ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଦାଉଦ ଇବ୍ରାହିଙ୍କ ରହସ୍ୟ
Dawood Ibrahim Health News: ଗତ ଦୁଇ ଦିନ ଧରି ଦାଉଦ ଇବ୍ରାହିମଙ୍କ ମୃତ୍ୟୁ ଖବର ଉପରେ ବ୍ରେକ୍ ଲଗାଇଛନ୍ତି ତାଙ୍କ ଅତି ନିକଟତର ଛୋଟ ସକିଲ । ସେ କହିଛନ୍ତି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହା ପଛରେ କୌଣସି ସତ୍ୟତା ନାହିଁ । ଭାଇ ହଜାର ପ୍ରତିଶତ ଠିକ୍ ଅଛନ୍ତି । ଛୋଟ ସକିଲଙ୍କୁ ଭାରତୀୟ କ୍ରାଇମ୍ ରିପୋର୍ଟଙ୍କ ଏକ ମାତ୍ରା ଉତ୍ସ କହିବା ଭୁଲ ହେବ ନାହିଁ । ମୁମ୍ବାଇରେ ଯେତେବେଳେ ଅଣ୍ଡରୱାର୍ଲ୍ଡ ଜଗତର ଅନ୍ତ ହେଲା ସେତେବେଳେ ତାଙ୍କ ଲିଙ୍କ ଥିବା ସମସ୍ତ ସୂତ୍ରର ମଧ୍ୟ ଶେଷ ହୋଇଯାଇଥିଲା କେବଳ ଛୋଟ ସକିଲ ଛଡା ।

ତେବେ ଦୁଇ ଦିନ ହେବ ଭାରତ-ପାକିସ୍ତାନ ସୋସିଆଲ ମିଡିଆରେ ଦାଉଦ ଇବ୍ରାହିମଙ୍କ ମୃତ୍ୟୁ ଖବର ଭାଇରାଲ ହେବାରେ ଲାଗିଛି । ଦାଉଦକୁ କେହି ବିଶ ଦେଇଥିବା ଖବର ଖୁବ ଚର୍ଚ୍ଚାରେ ରହିଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ, ତାଙ୍କୁ ଗୁରୁତର ଅବସ୍ଥାରେ କରାଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଏହି ଖବରକୁ ସମ୍ପୁର୍ଣ୍ଣ ମିଛ ବୋଲି ଦାବି କରିଛି ଛୋଟା ସକିଲ୍ ।
ସୂଚନାଥାଉ ଯେ, ଦାଉଦ ଇବ୍ରାହିମଙ୍କୁ ବିଷ ଦେବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସରକାରୀ ସୂତ୍ର ଏହି ରିପୋର୍ଟକୁ ନିଶ୍ଚିତ କିମ୍ବା ଅସ୍ୱୀକାର ନକରିବା ପର୍ଯ୍ୟନ୍ତ ଏହି ଖବର ବିଷୟରେ କହି ହେଉନି । ଆତଙ୍କବାଦର ପ୍ରସଙ୍ଗ ଏବଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ତିକ୍ତତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଦାଉଦ୍
ଆସନ୍ତୁ ଆପଣଙ୍କୁ କହିବା ଯେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଡି-କମ୍ପାନୀ ମୁଖ୍ୟ ଦାଉଦ ଇବ୍ରାହିମ ଭାରତରୁ ପଳାତକ । ସେ 1993 ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ, ଯେଉଁଥିରେ 250 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ଏହା ପରେ ହିଁ ତାଙ୍କୁ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଘୋଷିତ କରାଯାଇଥିଲା । ସେବେଠାରୁ ସେ ପାକିସ୍ତାନରେ ଆଶ୍ରୟ ନେଇଛନ୍ତି । ଭାରତ ମଧ୍ୟ ଏହାର ପ୍ରମାଣ ଅନେକ ଥର ଉପସ୍ଥାପନ କରିଛି । ତେବେ ପାକିସ୍ତାନ ଦେଶରେ ତାଙ୍କ ଉପସ୍ଥିତିକୁ କ୍ରମାଗତ ଭାବରେ ଅସ୍ୱୀକାର କରୁଛି ।












Click it and Unblock the Notifications