ସରକାରଙ୍କ ବଡ଼ ଘୋଷଣା, ଏଣିକି ଏହି ପିଲାଙ୍କୁ ମିଳିବ ମାଗଣାରେ କୋଚିଂ
ଛତିଶଗଡ଼ ସରକାର NEET ଏବଂ JEEର ପ୍ରସ୍ତୁତି କରୁଥିବା ପିଲାମାନଙ୍କୁ ଉପହାର ଦେଇଛନ୍ତି। ଏହି ପିଲାମାନଙ୍କୁ ମାଗଣାରେ କୋଚିଂ ଯୋଗାଇ ଦିଆଯିବ। ୬୦୦ ଛାତ୍ର-ଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ ବୋଲି ଚୟନ କରାଯିବ। ଏମାନେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ହୋଇଥିବା ଆବଶ୍ୟକ। ସୂଚନା ମୁତାବକ, ରାଜନନ୍ଦଗାଓଁ ଜିଲ୍ଲା ପ୍ରଶାସନ ପ୍ରତିଯୋଗୀମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିବା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ NEET ଏବଂ JEE କୋଚିଂ ପ୍ରଦାନ କରିବାର ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି।

ଏହା ବିଷୟରେ ରାଜନନ୍ଦଗାଓଁର କଲେକ୍ଟର ସର୍ବେଶ୍ୱର ନରେନ୍ଦ୍ର କହିଛନ୍ତି ଯେ, ସହରର ପିଲାଙ୍କ ପାଇଁ NEET ଏବଂ JEEର ପ୍ରସ୍ତୁତି ପାଇଁ ମାଗଣାରେ କୋଚିଂ ଆରମ୍ଭ କରାଯାଇଛି। ଯାହା ଦ୍ୱାରା କୌଣସି ବି ପିଲା କୋଚିଂ ଅଭାବରେ ନ ରହୁ। ସେ କହିଛନ୍ତି ଯେ, କୋଚିଂରେ ପିଲାଙ୍କୁ ସମସ୍ତ ସୁବିଧା ଗୁଡ଼ିକ ଉପଲବ୍ଧ କରାଯିବ।












Click it and Unblock the Notifications