ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ବଡ଼ ଟନେଲ୍ ଠାବ କଲେ ସୁରକ୍ଷାକର୍ମୀ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଏହି ବଡ଼ ଟନେଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ । ୧୨ ମାଓବାଦୀ ମୃତ ପରେ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନକୁ ବେଳେ ଘଞ୍ଚ ଜଙ୍ଗଲ ଭିତରେ ଏକ ବିରାଟ ଟନେଲ ଦେଖିବାକୁ ପାଇଥିଲେ ଯବାନ । ତେବେ ଅପରେସନ୍‌ ବେଳେ ମାଓବାଦୀ ଏଠି ଲୁଚି ରହୁଥିବା ନେଇ ସୂଚନା ମିଳିଛି ।

Maoists

ସୂଚନା ଅନୁସାରେ, ଗତ ୧୬ ଜାନୁଆରୀରେ ଛତିଶଗଡରେ ସୁରକ୍ଷାବଳ ଏନକାଉଣ୍ଟରରେ ୧୨ ମାଓବାଦୀ ନିପାତ ହୋଇଥିଲେ । ମାଓ ଦମନ ନେଇ ବିଜାପୁର ଓ ସୁକମା ଜିଲାରେ ବଡ ଧରଣର ଏନକାଉଣ୍ଟର ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ଆକ୍ରମଣ ହେବା ପରେ ସୁରକ୍ଷାବଳ ତରଫରୁ ପାଲଟା ଜବାବ ଦିଆଯାଇଥିଲା । ଏଥିରେ ୧୨ ଜଣ ମାଓବାଦୀ ନିହତ ହୋଇଥିଲେ । ତେବେ ଏହି ବଙ୍କର୍ ସାହାଯ୍ୟରେ ଟପ୍ ମାଓନେତା ହିଡମା ଖସିଯାଇଥିବା ନେଇ ଆଶଙ୍କା କରାଯାଉଛି । ସେପଟେ ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏହି ସର୍ଚ୍ଚ ଅପରେସନରେ ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ସାମିଲ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+