ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣ: ୨ ଯବାନ ସହିଦ, ୪ ଗୁରୁତର
ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ତେବେ କିଛି ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ସମସ୍ତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।

ସହିଦ ଯବାନ ହେଲେ ଭରତଲାଲ ସାହୁ ଓ ସତେର ସିଂ । ସେହିପରି ଆହତ ଯବାନ ମାନେ ହେଲେ ପୁରୁଷୋତ୍ତମ ନାଗ, କୋମଳ ଯାଦବ, ସିୟାରାମ ସୌରୀ ଓ ସଞ୍ଜୟ କୁମାର ବୋଲି ସୂଚନା ରହିଛି । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।












Click it and Unblock the Notifications