Get Updates
Get notified of breaking news, exclusive insights, and must-see stories!

କରୋନା କବଳରେ ମାଓବାଦୀ : 10 ଜଣଙ୍କର ମୃତ୍ୟୁ, 400 ଆକ୍ରାନ୍ତ !

କରୋନାରେ 10 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ 400 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି

ରାୟପୁର: ସାରା ଦେଶରେ କରୋନା କାୟା ବିସ୍ତାର କରିଛି । ଆଉ ଏଥିରୁ ବର୍ତ୍ତି ପାରିନାହାନ୍ତି ମାଓବାଦୀ । ଏହାରି ଭିତରେ କରୋନାରେ 10 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ 400 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଏନେଇ ଛତିଶଗଡ଼ର ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଏହି ମାଓବାଦୀ 20 ଦିନ ତଳେ ସୁକମା ଓ ବୀଜାପୁର ଜଙ୍ଗଲରେ ବଡ଼ ବୈଠକ କରିଥିଲେ । ଏହି ବୈଠକରେ 500 ରୁ ଅଧିକ ମାଓବାଦୀ ସାମିଲ୍ ହୋଇଥିଲେ ।

ମାଓବାଦୀ
ଏଠାରେ ସୂଚନାଥାଉକି, ଏହା ପୂର୍ବରୁ 50ରୁ ଉର୍ଦ୍ଧ୍ବ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିଲେ । ସେହିପରି 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତ୍ରୀ ସୁଜାତା ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+