ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୩ ଶ୍ରମିକ ମୃତ
Chhattisgarh IED Blast: ଛତିଶଗଡ଼ରେ ପୁଣି ଆତଙ୍କ ଖେଳାଇଲା ଲାଲବାହିନୀ । ଶୁକ୍ରବାର ସକାଳ 7.30 ସମୟରେ ପାହାଡରେ ଥିବା ଏକ ଖଣିରେ ନକ୍ସଲମାନେ IED ବିସ୍ଫୋରଣ କରିଛନ୍ତି । ଯେଉଁଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଛତିଶଗଡର ନାରାୟଣପୁରର ଛୋଟେ ଡୋଙ୍ଗର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଖଣିରେ ଏହି ଘଟଣା ଘଟିଛି।
ସୂଚନାନୁସାରେ, ଜେଏନ୍ଆଇଏଲ୍କୁ ଏକ ଖଣି ବଣ୍ଟନ କରାଯାଇଥିଲା, ଯାହା ବିରୁଦ୍ଧରେ ନକ୍ସଲମାନେ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ। ଶ୍ରମିକମାନେ ଶୁକ୍ରବାର ସକାଳ 7.30 ସମୟରେ ଖଣିରେ କାମ କରିବାକୁ ଯାଉଥିଲେ ହେଲେ ରାସ୍ତାରେ ଲଗାଯାଇଥିବା IED ଯାହା ଫଳରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା, ଯେଉଁଥିପାଇଁ ଦୁଇ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ ଜଣେ ଶ୍ରମିକ ଆହତ ହୋଇଥିଲେ ।

ଅମଦାଇ ଖଣିରେ ନକ୍ସଲମାନଙ୍କ ଦ୍ୱାରା ଆଇଡି ବିସ୍ଫୋରଣରେ ଆହତ ଶ୍ରମିକ ଶ୍ରବଣ ଗଗଡାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ, ନକ୍ସଲମାନେ ଶ୍ରମିକମାନଙ୍କୁ ଏହି ଖଣିରେ କାମ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।












Click it and Unblock the Notifications