ଛତିଶଗଡ଼ ଏବେ ବି.ଜେ.ପି.ର ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ ବିକାଶର ପ୍ରତୀକ ପାଲଟିଛି; ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ଛତିଶଗଡ଼ ରାଜଧାନୀ ରାୟପୁରରେ ନକ୍ସଲ ବିରୋଧୀ ଅଭିଯାନ ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା ସଂକ୍ରାନ୍ତ ଦୁଇଟି ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ସୁରକ୍ଷାକୈନ୍ଦ୍ରିକ ରଣନୀତି, ଭିତ୍ତିଭୂମିର ସୁଦୃଢ଼ୀକରଣ, ନକ୍ସଲ୍ ଆର୍ଥିକ ନେଟ୍ୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଆତ୍ମସମର୍ପଣ ନୀତି ସକାରାତ୍ମକ ଫଳାଫଳ ଆଣିଛି ।

ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ଶାହା ଦୋହରାଇଛନ୍ତି । ଏକଦା ନକ୍ସଲ ହିଂସାର ଗଡ଼ ଥିବା ଛତିଶଗଡ଼ ଏବେ ବି.ଜେ.ପି.ର ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ ବିକାଶର ପ୍ରତୀକ ପାଲଟିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।












Click it and Unblock the Notifications