ଛତିଶଗଡର ସୁକମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ
Chhattisgarh Election 2023: ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ନକ୍ସଲମାନେ ସକାଳେ ସୁକମାରେ IED ବିସ୍ଫୋରଣ କରିଥିଲେ। ଏଥିସହିତ ବର୍ତ୍ତମାନ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। କୋଣ୍ଟା ପୋଲିସ ଷ୍ଟେସନ ପରିସରର ବୃନ୍ଦା ଅଞ୍ଚଳର ଏହି ଘଟଣା ଘଟିଥିବା ନେଇ ସୂଚନା । ଯେଉଁଠାରେ ଗୁଳି ବିନିମୟ ଜାରି ରହିଛି ।

ସୂଚନାନୁସାରେ, ଭୋଟରଙ୍କୁ ଅଟକାଇବା ପାଇଁ ନକ୍ସଲମାନେ ଡର୍ମା ଏବଂ ସିଙ୍ଗରାମ ଜଙ୍ଗଲରୁ ଗୁଳି ଚଳାଇଥିଲେ। ଏହି ଅଞ୍ଚଳରେ ବହୁ ସଂଖ୍ୟକ CRPF ଏବଂ DRG ଦଳ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ କୌଣସି ଆହତଙ୍କ ଖବର ନାହିଁ। ସକାଳେ ନାରାୟଣପୁରରେ ଆଇଇଡି ବିସ୍ଫୋରଣ ହୋଇଛି । ଏଠାରେ ହୋଇଥିବା ବିସ୍ଫୋରଣରେ ୫୩ ବାଟାଲିଅନର ଆଇଟିବିପି ଯବାନ ଆହତ ହୋଇଛନ୍ତି । ସେହିପରି ସୋନପୁର ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ବେଳେ ବିସ୍ଫୋରଣ ହୋଇଥିବା ନେଇ ଖବର ରହିଛି ।
ସୂଚନାଥାଉ ଯେ, ନିର୍ବାଚନ ଆୟୋଗରଙ୍କ ସୂଚନା ଅନୁସାରେ ଛତିଶଗଡରେ ଦିନ 1 ଟା ପର୍ଯ୍ୟନ୍ତ 44.55 ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି।
VIDEO | People show their inked fingers after casting vote at a polling booth in Baniyagaon village of Chhattisgarh's Bastar district.#ChhattisgarhElection2023 #AssemblyElectionsWithPTI pic.twitter.com/2l12S3vx0y
— Press Trust of India (@PTI_News) November 7, 2023
ସେହିପରି ଦିନ 1ଟା ପର୍ଯ୍ୟନ୍ତ 51.71 ପ୍ରତିଶତ ମତାଦାନ ହୋଇଥିବା ନେଇ ସୂଚନା । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଭୋଟରଙ୍କ ମତ ଅନୁଯାୟୀ, ମିଜୋରାମରେ ଦିନ 1 ଟା ପର୍ଯ୍ୟନ୍ତ ଭୋଟ୍ ରେକର୍ଡ ବ୍ରେକ୍ କରିଥି । ଅପରାହ୍ନ 1 ଟା ପର୍ଯ୍ୟନ୍ତ, ମିଜୋରାମରେ 51.71 ପ୍ରତିଶତ ମତଦାନ ହୋଇଛି ।












Click it and Unblock the Notifications