ଛତିଶଗଡ଼ ନକ୍ସଲ ଆଟାକର ଭୟଙ୍କର ତଥ୍ୟ: ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୫୦ କେଜି IED

Dantewada Naxalite Attack: ସାମ୍ନକୁ ଆସିଲା ଛତିଶଗଡ଼ ନକ୍ସଲ ଆଟାକର ଭୟଙ୍କର ତଥ୍ୟ । ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୫୦ କେଜି IED । ଯାହା ଫଳରେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଛତିଶଗଡ଼ର ଦାନ୍ତେୱାଡର ଅରନପୁର ଅଞ୍ଚଳରେ ଆଜି ହୋଇଥିବା ନକ୍ସଲ ଆଟାକରେ ଡିଆରଜିର ୧୦ ଜଣ ଯବାନ ଓ ଗାଡ଼ିର ଡ୍ରାଇଭର ସହିଦ ହୋଇଛନ୍ତି । ଛତିଶଗଡ଼ ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ (DRG) ର ଏକ ଟିମ୍ ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ ଏହି ଘଟଣା ଆରାନପୁର ପୋଲିସ ସୀମା ଅଧୀନରେ ଘଟିଥିଲା ।

Chhattisgarh Dantewada Naxalite Attack

ରାଜ୍ୟ ରାଜଧାନୀ ରାୟପୁର ଠାରୁ ପ୍ରାୟ 450 କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା । ସୁରକ୍ଷା କର୍ମୀମାନେ ଯାତ୍ରା କରୁଥିବା କାର୍ଗୋ ମିନି ଭ୍ୟାନକୁ ନକ୍ସଲମାନେ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ରାସ୍ତା କଡ଼ରେ ଥିବା କିଛି ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ହମଲା ପାଇଁ ନକ୍ସଲମାନେ ବିପୁଳ ପରିମାଣର ବିସ୍ଫୋରକ ବ୍ୟବହାର କରିଛନ୍ତି।

ଏହି ଆକ୍ରମଣରେ ସହିଦ ହୋଇଥିବା ସୈନିକମାନଙ୍କ ମଧ୍ୟରୁ ତିନିଜଣ ହେଡ କନଷ୍ଟେବଳ ପଦବୀରେ ଥିବାବେଳେ ଚାରିଜଣ କନଷ୍ଟେବଳ ଏବଂ ତିନିଜଣ ସୈନିକ ଅଟନ୍ତି । ଏହା ସହିତ ଜଣେ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି । ସହିଦ ହୋଇଥିବା ଯବାନମାନଙ୍କ ନାମ ହେଉଛି ହେଡ କନଷ୍ଟେବଲ ଯୋଗ ସୋଡି, ହେଡ କନଷ୍ଟେବଲ ମୁନ୍ନା ରାମ କାଦୀ, ହେଡ କନଷ୍ଟେବଳ ସାଣ୍ଟୋଶ ଟାମୋ, କନଷ୍ଟେବଳ ଡଲଗୋ ମାଣ୍ଡଭି, କନଷ୍ଟେବଳ ଲଖମୁ ମାର୍କାମ, କନଷ୍ଟେବଳ ଯୋଗ କାୱାସି, କନଷ୍ଟେବଲ ହରିରାମ ମାଣ୍ଡବୀ, ସୈନିକ ରାମ କରାଟମ, ସୈନିକ ଜରାମ ପୋଡିୟମ, ସୈନିକ ଜରାମ ପୋଡିୟମ। । ସେହିପରି ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ଧନୀରାମ ଯାଦବ ।

ତେବେ ଟେରିଟୋରିଆଲ ଆର୍ମିର ପୂର୍ବତନ ମୁଖ୍ୟ ଅଶ୍ୱିନୀ ସିୱାଚ କହିଛନ୍ତି ଯେ ଘଟଣାସ୍ଥଳରୁ ଆସୁଥିବା ଦୃଶ୍ୟକୁ ଦେଖିଲେ ଲାଗୁଛି ଯେ ନକ୍ସଲମାନେ ସାଧାରଣ ଆଇଇଡିରେ ବ୍ୟବହାର ହେଉଥିବା ବିସ୍ଫୋରକ ଠାରୁ ୧୦ ଗୁଣା ଅଧିକ ବିସ୍ଫୋରକ ବ୍ୟବହାର କରି ଡିଆରଜି ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଛନ୍ତି ।

ଅନ୍ୟପକ୍ଷରେ ଆଜି ହୋଇଥିବା ଭୟଙ୍କର ନକ୍ସଲ ହମଲାରେ ପୁଲିସ୍‌ କର୍ମଚାରୀମାନେ ଦେଇଥିବା ବଳିଦାନ ସବୁବେଳେ ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ କହିଛନ୍ତି, "ଦାନ୍ତେୱାଡାରେ ଛତିଶଗଡ଼ ପୁଲିସ୍‌ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରୁଛି। ଆକ୍ରମଣରେ ପ୍ରାଣ ହରାଇଥିବା ବୀର କର୍ମଚାରୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କ ବଳିଦାନ ସବୁବେଳେ ମନେ ରହିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+