୮ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଛତିଶଗଡ଼: ୮ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣେଦେବ ସାଏ । ଗତକାଲି ବିଜାପୁରରେ IED ବିସ୍ଫୋରଣରେ ୮ ଯବାନ ସହିଦ୍ ହୋଇଥିଲେ । ସର୍ଚ୍ଚ ଅପରେସନ୍ ସାରି ଫେରିବା ସମୟରେ ହମଲା ହୋଇଥିଲା । ବିଜାପୁରରେ ଆଇଇଡି ବିସ୍ଫୋରଣ ପରେ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍ । ସେହିପରି ଓଡ଼ିଶା -ଛତିଶଗଡ଼ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି ।
ଗତକାଲି ବିଜାପୁରରେ ବଡ଼ ଧରଣର ହମଲା କରିଥିଲା ଲାଲବାହିନୀ । କୁଟରୁ ବେନ୍ଦ୍ରେ ରାସ୍ତାରେ ବିସ୍ଫୋରଣ ଘଟିଥିଲା । ଏହି ଭୟଙ୍କ ବିସ୍ଫୋରଣରେ ୮ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ଯବାବ ଦାନ୍ତେୱାଡା ଜିଆରଜି କ୍ୟାମ୍ପର ଯେଉଁମାନେ ଜଙ୍ଗଲରେ ମାଓ ଅବରେସନ ସାରି ଫେରୁଥିୂବା ବେଳେ ବିସ୍ଫୋରଣ ଘଟିଥିଲା ।

ସହିଦ ଯବାନ ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ରେ ଯାଇଥିଲେ । ମାଓ ଅପରେସନ୍ବେଳେ ୪ ନକ୍ସଲ ନିପାତ ହୋଇଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟରେ ଜଣେ ଡିଆରଜି ଯବାନ ମଧ୍ୟ ସହିଦ ହୋଇଥିଲେ ।












Click it and Unblock the Notifications