ଛତିଶଗଡରେ ମାଓବାଦୀ ଆକ୍ରମଣ: ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ
Naxal Attack: ଛତିଶଗଡରେ ଗତକାଲି ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଥିଲା । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ମୁହାଁମୁହିଁ ହୋଇଥିଲେ CRF ଯବାନ ଏବଂ ମାଓବଦୀ । ଉଭୟ ପକ୍ଷରୁ ଗୁଳିମିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଚିତିତ୍ସା ପାଇଁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ସେହିପରି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ଦେଇଥିଲେ ବସ୍ତର IG ।

ଆଜି ସମସ୍ତ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications