Chhattisgarh Assembly Elections: ଦ୍ବିତୀୟ ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ଚାଲିଛି ଭୋଟିଂ, କାହାର ହେବ ଗଡ ?
ଛତିଶଗଡ଼ରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି । ୭୦ଟି ଆସନରେ ମତଦାନ ହେଉଛି । ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ଭୋଟ୍ ହୋଇଥିବା ବେଳ ଆଜି ୭୦ଟି ଆସନରେ ମତଦାନ ହେଉଛି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସମେତ ମଇଦାନରେ ୯୫୮ ପ୍ରାର୍ଥୀ ।
ନଭେମ୍ବର ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ୨୦ଟି ଆସନରେ ଭୋଟ ନିଆଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି ଜିଲ୍ଲାରେ ୭୦ ଆସନରେ ମତଦାନ ହେଉଛି ।
ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ୨୨ଟି ଜିଲ୍ଲାର ୭୦ଟି ବିଧାନସଭା ଆସନରେ ହେଉଛି । ଏହି ପର୍ଯ୍ୟାୟରେ ୧ କୋଟି ୬୩ ଲକ୍ଷ ୧୪:ହଜାର ୪୭୯ ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିବେ । ୮୧ ଲକ୍ଷ ୪୧ ହଜାର ୬୨୪ ଜଣ ପୁରୁଷ ଭୋଟର ଥିବାବେଳେ ୮୧ ଲକ୍ଷ ୭୨ ହଜାର ୧୭୧ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ୬୮୪ ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ରହିଛନ୍ତି ।
୭୦ ଟି ବିଧାନସଭା ଆସନ ମଧ୍ୟରୁ ୪୪ଟି ସାଧାରଣ ବର୍ଗଙ୍କ ପାଇଁ ଥିବା ବେଳେ, ୧୭ଟି ଅନୁସୂଚିତ ଜନଜାତି ଏବଂ ୯ଟି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି ।

୫୧ ଟି ଦଳର ୯୫୮ ଜଣ ପ୍ରାର୍ଥୀ ୭୦ଟି ବିଧାନସଭା ଆସନରେ ଲଢୁଛନ୍ତି । ସେଥିମଧ୍ୟରୁ ୧୩୦ ଜଣ ମହିଳା ପ୍ରାର୍ଥୀ, ୮୨୭ ଜଣ ପୁରୁଷ ପ୍ରାର୍ଥୀ ଏବଂ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି । ରାୟପୁର ପଶ୍ଚିମ ବିଧାନସଭା ଆସନରେ ସର୍ବାଧିକ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ଡୋଣ୍ଡିଲୋହାରା ବିଧାନସଭା ଆସନରେ ୪ ଜଣ ପ୍ରାର୍ଥୀ ଅଛନ୍ତି । ପ୍ରତାପପୁର ବିଧାନସଭା ଆସନରେ ସର୍ବାଧିକ ୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୩୦ ଜଣ ମହିଳା ଅର୍ଥାତ୍ ୧୪ ପ୍ରତିଶତ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ସମସ୍ତ ୭୦ ଆସନରେ ପ୍ରାର୍ଥୀ ଦେଇଛନ୍ତି କଂଗ୍ରେସ ଏବଂ ବିଜେପି । ସେହିପରି ଆମ ଆଦମୀ ପାର୍ଟିରୁ ୪୪ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ, ବିଏସପିରୁ ୪୪, ଜେସିସିଜେରୁ ୬୭, ୩୫୭ ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକରୁ ୩୦୪ ଜଣ ଛିଡ଼ା ହୋଇଛନ୍ତି ।
ଅବିଭକ୍ତ ବସ୍ତର ଓ ରାଜନନ୍ଦଗାଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ, ଭୋଟିଂ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବସ୍ତର, ଦାନ୍ତେୱାଡ଼ା, କାଙ୍କେର୍ ଓ କୋଣ୍ଡାଗାଓଁ ଆଦି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୋଲିସ ସମେତ ସଶସ୍ତ୍ର ବାହିନୀ, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ, ଜିଏସଟି ବିଭାଗ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି।
ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୁଲିସ ବ୍ୟତୀତ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ ହୋଇଛନ୍ତି।












Click it and Unblock the Notifications