ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୭ ଜୀବନ

ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ କୁଇର ବାସିନ୍ଦା। ସେମାନେ ସମସ୍ତେ ବୈଗା ଆଦିବାସୀ ସଂପ୍ରଦାୟର। ସୂଚନା ଅନୁଯାୟୀ, ପ୍ରାୟ ୩୦ ଜଣ ଲୋକ କେନ୍ଦୁପତ୍ର ତୋଳିବାର ପରେ ଏହି ପିକ୍‌ଅପ୍ ଭ୍ୟାନ୍‌ରେ ଫେରୁଥିଲେ। ତେବେ ବହପାଣି ଅଞ୍ଚଳ ଦେଇ ପିକ୍‌ଅପ୍ ଭ୍ୟାନ୍‌ଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା।

Chhattisgarh Accident

ଘଟଣାସ୍ଥଳରେ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେ ଜଣଙ୍କ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ କବୀରଧାମ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୈଗା ସଂପ୍ରଦାୟର ଲୋକେ ସାଧାରଣତଃ ବିଡ଼ି ତିଆରି ବ୍ୟବସାୟରେ ସଂପୃକ୍ତ ରହିଥାଆନ୍ତି। ସେଥିପାଇଁ ସେମାନେ ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+